ପୁରୀ: ଚିଲିକା ହ୍ରଦରେ ଘଟିଛି ପୁଣି  ଏକ ଅଘଟଣ। ହଦ୍ରରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ଡଙ୍ଗା ପୁଣି ଥରେ ବିପଦରେ ଫଶି ଯାଇଥିବା ସୂଚନା ରହିଛି। ଏହି ଡଙ୍ଗାରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଯାଉଥିଲେ।

Advertisment

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ସ୍ଥିତ ସାତପଡ଼ା ଚିଲିକାରେ ଯାତ୍ରୀବାହୀ ଡଙ୍ଗାଟି ଫସିରହିଛି।  ଏହି ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ଏଥିରେ ୧୫ବାଇକ ରହିଥିବା ସୂଚନା ମିଳିଛି। ସୂଚନା ରହିଛି ଯେ ଅଚାନକ ହ୍ରଦ ମଝିରେ ଡଙ୍ଗାର ମେସିନ ଖରାପ ହୋଇଯିବା ଫଳରେ ଯାତ୍ରୀମାନେ ଫସି ରହିଥିଲେ। ସାତପଡାରୁ ଜହ୍ନିକୁଦା ଯାଉଥିବା ବେଳେ ମଝି ଚିଲିକାରେ ଏହି ଡଙ୍ଗାଟି ଫସିରହିଛି ।