ପୁରୀ (ସତ୍ୟନାରାୟଣ ରାଉତରାୟ): ‘ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ’। ସାମାଜିକ ଗଣମାଧ୍ୟମ ‘ଫେସବୁକ’ ଜରିଆରେ ଏପରି ଧମକପୂର୍ଣ୍ଣ ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। ଜୁଲିରାଣୀ ପଣ୍ଡା ନାମରେ ଥିବା ଫେସବୁକ ଆକାଉଣ୍ଟରେ ଏଭଳି ଧମକ ଦିଆଯାଇଛି। କେବଳ ସେତିକି ନୁହେଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ଗୁଳି କରି ମାରିଦେବାକୁ ଧମକ ମିଳିଛି।

Advertisment

ଗତ ଦୁଇଦିନ ହେଲା ଶ୍ରୀମନ୍ଦିର ଉପରେ ବୋମା ପକାଇ ଦେବା ସଂକ୍ରାନ୍ତ ଧମକ ଉକ୍ତ ଫେସବୁକ ଆକାଉଣ୍ଟରେ ଛଡ଼ାଯାଇଛି। ଏନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏବଂ କିଭଳି ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି, ଖୁବଶୀଘ୍ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: Kalinga Lancers Lost: କଳିଙ୍ଗ ଲାନ୍‌ସର୍ସର ପ୍ରଥମ ପରାଜୟ

ସାଂସଦଙ୍କୁ ମଧ୍ୟ ଧମକ

କେବଳ ଶ୍ରୀମନ୍ଦିର ନୁହେଁ, ‘ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ’ ବୋଲି ମଧ୍ୟ ଉକ୍ତ ଆକାଉଣ୍ଟରେ ଛଡ଼ାଯାଇଛି। ପୁରୀର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ବାର୍ତ୍ତା ଉକ୍ତ ଆକାଉଣ୍ଟରେ ରହିଛି। ସାଂସଦଙ୍କୁ ଗୁଳି ମାଡ଼ ହେବ ବୋଲି ଉକ୍ତ ଆକାଉଣ୍ଟରେ ଧମକ ଦିଆଯାଇଛି। ଏହି ଫେସବୁକ ଆକାଉଣ୍ଟ ସମ୍ଭବତଃ ନୂଆ ଆକାଉଣ୍ଟ ହୋଇଥାଇପାରେ। ଜଣେ ମାତ୍ର ବ୍ୟକ୍ତି ତା’ର ବନ୍ଧୁ ତାଲିକାରେ ରହିଛି। ସେୟାର ହୋଇଥିବା ଧମକପୂର୍ଣ୍ଣ ବାର୍ତ୍ତା ଗତ ୧୩ ତାରିଖରୁ ସେୟାର ହୋଇଛି। 

ଆହୁରି ପଢ଼ନ୍ତୁ: Indian Railways: ଯାତ୍ରୀ ଭିଡ଼ ଦୂର କରିବାକୁ ଅତିରିକ୍ତ କୋଚ୍‌ ସଂଯୋଗ କରିବ ପୂର୍ବତଟ ରେଳପଥ