ଆଡିଲେଡ୍: ଗୁରୁବାରଠାରୁ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର (ପିଙ୍କ୍ ବଲ୍) ଟେଷ୍ଟ୍ ମ୍ୟାଚ୍ ଉପରେ ଏବେଠାରୁ କ୍ରିକେଟ୍ପ୍ରେମୀ ନଜର ପକାଇଲେଣି। ଉଭୟ ଦଳ ଆହତ ସମସ୍ୟା ଓ ଖେଳାଳି ଚୟନ ଦ୍ବନ୍ଦ୍ବ ଭିତରେ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗତଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି। ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟୀ ହୋଇଥିଲା ତେବେ ଦିବାରାତ୍ର ଟେଷ୍ଟ୍ ତଥା ପିଙ୍କ୍ ବଲ୍ ଅଭିଜ୍ଞତାରେ ଭାରତ ଢେର ପଛରେ।
ଅଷ୍ଟ୍ରେଲିଆ ମୋଟ ୭ଟି ଖେଳି ସାରିଥିବା ବେଳେ ଭାରତ ଗୋଟିଏ ଖେଳିଛି। ତେବେ ବର୍ଡ଼ର ଗାଭାସ୍କର ଟ୍ରଫି ଭାବରେ ଜଣାଶୁଣା ଏହି ଟେଷ୍ଟ ମ୍ୟାଚ ପାଇଁ ପୁରୀର ଜଣେ ଯୁବକ ଏକ ଭିନ୍ନ କଳାକୃତି ନିର୍ମାଣ କରିଛନ୍ତି | ପ୍ରାୟ ୩ ହଜାର ଦିଆସିଲି କାଠିରେ ପୁରୀର ଶାଶ୍ୱତ ରଞ୍ଜନ ସାହୁ ଏକ ଟ୍ରଫି ନିର୍ମାଣ କରିଛନ୍ତି | ଏହି ଟ୍ରଫିର ଉଚ୍ଚତା ୨୩ ଇଂଚ ଥିବାବେଳେ ପ୍ରସ୍ଥ ୯ ଇଂଚ ରହିଛି | ଶାଶ୍ୱତଙ୍କୁ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ୬ ଦିନ ସମୟ ଲାଗିଥିଲା |
/sambad/media/post_attachments/wp-content/uploads/2020/12/bd3ccfa8-13c4-426a-87ee-45a33e496286-769x1024.jpg)
ସୂଚନା ଥାଉ କି ଏହା ପୂର୍ବରୁ ଦିଆସିଲି କାଠିରେ ଶାଶ୍ୱତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଓ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ କରିଥିଲେ | ପୁରୀ କୁମ୍ଭାରପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଯୁକ୍ତ ୩ରେ ପାଠ ପଢ଼ୁଥିବାବେଳେ ପ୍ରାୟ ୭ ହଜାର ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/6692d2d3-8777-4898-8a31-21d7a4e284f0.jpg)