ପ୍ରେମ ବିବାଦ ଘଟଣା : ଜେଲ୍‌ ଗଲେ ବିଲ୍‌ଡର୍‌ ଓ ଆଲବମ୍‌ ଅଭିନେତ୍ରୀ

ପୁରୀ : ଆଲ୍‌ବମ୍‌ ଅଭିନେତ୍ରୀ ଓ ବିଲ୍‌ଡର ପ୍ରେମ ବିବାଦ ଆଜି ନୂଆମୋଡ଼ ନେଇଛି। ପୁରୀ ଟାଉନ୍‌ ଥାନା ପୁଲିସ ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ଉଭୟ ଅଭିନେତ୍ରୀ ଓ ବିଲ୍‌ଡରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ଦୁଇଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ବିଲ୍‌ଡରଙ୍କୁ ଗିରଫ କରାଯାଇଥିବା ବେଳେ ବିଲ୍‌ଡରଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପୁରୀ ରାଜଧାନୀ ଫର୍ଣ୍ଣିଚର ସୋ’ରୁମ୍‌ର ମାଲିକ ତଥା ବିଲ୍‌ଡର ବିରାଟ ମହାପାତ୍ରଙ୍କର ଜଣେ ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଓଡ଼ିଆ ଆଲବମ୍‌ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ପ୍ରେମ ସଂପର୍କ ପରେ ଶାରିରୀକ ସଂପର୍କରେ ପରିଣତ ହୋଇଥିଲା। ତେବେ ବର୍ଷେ ତଳେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା, ଯାହାକୁ ନେଇ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର