ପୁରୀ ବସଷ୍ଟାଣ୍ଡରୁ ଘରୋଇ ବସ୍ ଚୋରି

ପୁରୀ ବସଷ୍ଟାଣ୍ଡରୁ ଘରୋଇ ବସ୍ ଚୋରି

ପୁରୀ: ପୁରୀ ବସଷ୍ଟାଣ୍ଡରୁ ଏକ ଘରୋଇ ବସ୍ ଚୋରି ହୋଇଥିବାର ଖବର ମିଳିଛି। ଆଜି ସକାଳେ କଟକରୁ ପୁରୀ ଆସିଥିବା ‘ଖଣ୍ଡାଇ’ ବସ୍ (ଓଆର୍ ୧୩ ଏଫ୍-୦୬୭୮)ଟି ହଠାତ୍ ଉଭାନ ହୋଇଯାଇଥିଲା। ଏନେଇ ବସ୍ କର୍ତ୍ତୃପକ୍ଷ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରାଯାଇଥିଲା।

publive-image

ଏହାପରେ ପୁଲିସ ଖୋଜାଖୋଜି କରି ପୁରୀ-ଗୋପ ରାସ୍ତାର ଛଇତନା ଛକରୁ ଉଦ୍ଧାର କରିଥିଲା। ତେବେ ବସର ତେଲ ଟାଙ୍କିରୁ ସବୁ ତେଲ କାଢ଼ିନେଇଛନ୍ତି ଦୁର୍ବୃତ୍ତ। ଏପରିକି ବସର କେତେକ ଯନ୍ତ୍ରାଂଶ ବି ଚୋରି ହୋଇଥିବା ଜଣାଯାଇଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe