ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୀ: ବାଲିସାହି ମଙ୍ଗଳା ମୁଣ୍ଡି ଗୋପାଳତୀର୍ଥ ଲେନ୍‌ର ସତ୍ୟଜିତ କରଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରିଛି। ଭାରତ ସେବାଶ୍ରମ ସ୍କୁଲ ନିକଟରେ ସତ୍ୟଜିତଙ୍କର ଏକ ପାନ ଦୋକାନ ରହିଛି। ଗତ ୧ ତାରିଖରେ ସେ ଦୋକାନରେ ବସି ବିକ୍ରିବଟା କରୁଥିବା ବେଳେ ବାଲି ସାହି ହରିଜନ ସାହିର ସୁଶାନ୍ତ ଓରଫ ଧରମାନନ୍ଦ ନାୟକ (୨୮) ତାଙ୍କୁ ସିଗାରେଟ୍‌ ମାଗିଥିଲା। ଏଥି ପାଇଁ ସତ୍ୟଜିତ ଟଙ୍କା ମାଗିବାରୁ ସୁଶାନ୍ତ ତାଙ୍କୁ ଗାଳିଗୁଲଜ କରିଥିଲା। ପରେ ସୁଶାନ୍ତ ଓ ତା’ର ସହଯୋଗୀ ସେଠାରେ ପହଞ୍ଚି ସତ୍ୟଜିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସତ୍ୟଜିତ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ସୁଶାନ୍ତକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର