ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ରାୟଖଣ୍ଡି ଅଂଚଳରେ ବୁଧବାର ସକାଳୁ କେନାଲ ଭାଙ୍ଗି ପ୍ରାୟ ୨୦୦ ଫୁଟ୍ର ଘାଇ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2018/07/satyabadi-225x300.jpg)
ଫଳରେ ପ୍ରାୟ ୧୫ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ଡାଙ୍ଗୁରା, ବାଲିପୁଟ, ଆଳିକିଆ, ମିର୍ଜାପୁର, ପଲି ଓ ମାର୍କଣ୍ଡପୁର ଗାଁର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ଘରକୁ ବନ୍ୟା ପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି।
/sambad/media/post_attachments/wp-content/uploads/2018/07/satyabadi1-225x300.jpg)
ଘାଇ ସୃଷ୍ଟି ହେବା ପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୫୦ ଜଣ ଲୋକ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହାକୁ ମରାମତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/satyabadi2.jpg)