ପୁରୀ,: ପୁରୀ ବାଇଦାସ ନଗରରେ କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ବାଲିପାଟଣା ଅଞ୍ଚଳର ସୁଦର୍ଶନ ମିଶ୍ର (୫୦)ଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ସମଙ୍ଗରା ଗ୍ରାମର ବିଷ୍ଣୁ ପ୍ରଧାନ (୪୫) ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଉଭୟ ବାଇକ୍ ଯୋଗେ ନାଗପାଟଣା ଗ୍ରାମରୁ ଫେରୁଥିବା ବେଳେ ବାଇଦାସ ନଗର ନିକଟରେ ଏକ ଅଜଣା କାର୍ ବାଇକକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ।
କାର୍ ଧକ୍କାରେ ଜଣେ ମୃତ
/sambad/media/post_attachments/wp-content/uploads/2019/03/Road-Accident-3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)