ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ବରାଗଡ଼ ଗ୍ରାମ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏଠାରେ କାର ଏକ ସ୍କୁଟିକୁ ପିଟିଲା ପରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି କାର୍। ଦୁର୍ଘଟଣାରେ ଜଳି ଯାଇଛି କାର୍। ପିପିଲି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଏକ ଷଣ୍ଢକୁ ରକ୍ଷା କରିବାକୁ ଯାଇ କାର୍ ଟି ସ୍କୁଟିକୁ ଧକ୍କା ଦେଇ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।
ଭୁବନେଶ୍ୱର-ପୁରୀ ରାସ୍ତାରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଜଳିଗଲା କାର୍
/sambad/media/post_attachments/wp-content/uploads/2024/08/570df3a1-a303-4972-a965-9573411ed383.jpeg)