ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଡେରୁଣିଆଁ ଅଭିମୁଖେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯିବାରୁ ଜଣକର ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀଧର ମହାନ୍ତି(୫୮) ଓ ସେ ଡେରୁଣିଆଁ ଗ୍ରାମର ବୋଲି ସୂଚନା ମିଳିଛି। ତେବେ ଏହି ଅଘଟଣରୁ ଜଣେ ଶିଶୁ ବର୍ତ୍ତି ଯାଇଛି।
ସୂଚନା ଅନୁସାରେ କାରରେ ୪ ଜଣ ଯାଉଥିଲା ବେଳେ ଆଳଙ୍ଗପୁର ନିକଟରେ ଏହା ଭାରସାମ୍ୟ ହରାଇଥିଲା। ଡେରୁଣିଆଁରୁ ଭୁବନେଶ୍ୱରରେ ରହୁଥିବା ଜଣେ ବ୍ୟକ୍ତି ଛୁଟିରେ ଘରକୁ ଆସିଥିଲେ।ନିଜର ପୁତୁରାକୁ ଧରି ବୁଲାବୁଲି କରିବାକୁ ଯାଇଥିଲେ। ତାଙ୍କ ଡ୍ରାଇଭର ଗାଡ଼ି ଚଳାଉଥିଲେ। କାମ ସାରି ବୁଲାବୁଲି କରି ଅସ୍ତରଙ୍ଗରୁ ନିଜ ଗାଁ ଡେରୁଣିଆଁ ଅଭିମୁଖେ ସନ୍ଧ୍ୟା ସମୟରେ ଫେରୁଥିଲା ବେଳେ ହଠାତ୍ ଆଳଙ୍ଗପୁରର ଶିବମନ୍ଦିର ସମୁଖରେ ଅଘଟଣ ଘଟିଥିଲା। ଅଣଓସାରିଆ ଜାଗାରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା।ପାଣି ଭିତରେ ଗାଡ଼ିଟି ଉବୁଟୁବୁ ହେଉଥିଲା ବେଳେ କାର ଭିତରେ ଥିବା ୩ ଜଣକୁ କୌଣସି ମତେ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ତନ୍ମଧ୍ୟରୁ ଶ୍ରୀଧର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ଖବର ମିଳିଛି।
ଅନ୍ୟପକ୍ଷରେ ଗାଡି ଡ୍ରାଇଭର ପାଣିରେ ନିଖୋଜ ହୋଇଛନ୍ତି ନା ଆଉ ଘଟଣାସ୍ଥଳରୁ ଫେରାର ଅଛନ୍ତି, ସେନେଇ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ସବୁଠାରୁ ବଡକଥା ହେଲା କାର ଭିତରେ ଥିବା ୬ରୁ ୮ ବର୍ଷର ଶିଶୁଟି ଆହତ ହୋଇଥିଲେ ମଧ୍ୟ ସେ ସୁସ୍ଥ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Presentation2-1.jpg)