ଅଭିଯୁକ୍ତ ସହ ସେଲଫି ନେଇ ସସପେଣ୍ଡ ହେଲେ ଚନ୍ଦ୍ରଭାଗା ଥାନା ଇନ୍ସପେକ୍ଟର

ଭୁବନେଶ୍ୱର : ହତ୍ୟା ଅଭିଯୁକ୍ତ ସହ ସେଲଫି ନେଇ ବିବାଦୀୟ ହୋଇଥିବା ଚନ୍ଦ୍ରଭାଗା ସମୁଦ୍ରକୂଳ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ସସପେଣ୍ଡ କରାଯାଇଛି । ଜିଡିପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସସପେଣ୍ଡ କରାଯାଇଛି ।

ଆଇଆଇସି ବୁଲୁ ମୁଣ୍ଡା ମୁନାଙ୍କୁ ଗିରଫ କରି ନିମାପଡ଼ା ଥାନାକୁ ଆଣୁଥିବା ବେଳେ ସେ ଅଭିଯୁକ୍ତ ମୁନା ଓରଫ ରାଧାମୋହନ ବିଶ୍ବାଳଙ୍କ ସହ ସେଲ୍ଫି ନେଇଥିଲେ । ତାଙ୍କର ଏହି ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ନେଇ ପୁଲିସ ବିଭାଗର ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିବାଦ ବଢିବା ପରେ ପୁରୀ ଏସପି ତାଙ୍କୁ ବଦଳି କରିଥିଲେ ।

ସମ୍ବନ୍ଧିତ ଖବର