ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି

ପୁରୀ: ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି । ଆଜି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀ ମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ ।

ନଗର ପରିକ୍ରମାରେ ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ରହିଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହୋଇଥାନ୍ତି । ହେଲେ ବିନା ଭକ୍ତରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେଉଥିବାରୁ ଭକ୍ତମାନେ ବଂଚିତ ହେବେ । ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରାୟ ୨୯ଟି ନୀତି ରହିଛି ।

ଦ୍ୱାଦଶୀ ତିଥି ରହିଥିବାରୁ ବିଧି ପରମ୍ପରା ଅନୁସାରେ ଆଜି ରହିଛି ଦଇତା ପ୍ରବେଶ । ବଡ ସିଂହାର ବେଶ ପରେ ପହୁଡ ଆଳତୀ, ଶ୍ରୀମୁଖ ଖଣ୍ଡୁଆ ଓ ତାପରେ ଦଇତା ସେବକଙ୍କ ଦ୍ୱାରା ବାହୁଟ କଂଟ ନୀତି କରାଯିବ । ତାପରେ କୋଠସୁଆଁସିଆ ଗର୍ଭଗୃହକୁ ପ୍ରବେଶ କରି ଚାରମାଳ ବନ୍ଧା ନିତି ସମ୍ପାଦନ କରିବେ । ଆସନ୍ତାକାଲି ଦଇତାପତିଙ୍କ ଦ୍ୱାରା ସେନାପଟା ଲାଗି ନିତି କରାଯିବ ନେଇ ନିତି ନିଘଂଟ କରାଯାଇଛି । ସେନାପଟି ଲାଗି ପାଇଁ ରାତିରେ ସାକ୍ଷୀଗୋପାଳରୁ ୪ଟି ବୋଉଳକାଠ ଶ୍ରୀକ୍ଷେତ୍ରରେ ଆସି ପହଂଚିଛି ।

ସମ୍ବନ୍ଧିତ ଖବର