ପୁରୀ: ନିଜ ସ୍କୁଲର ଜଣେ ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ଶନିବାର ଜଣେ କମ୍ପ୍ୟୁଟର ଶିକ୍ଷକ ଜେଲ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ସଳଙ୍ଗ ଗ୍ରାମରେ ଥିବା ଶ୍ରୀରାମଚନ୍ଦ୍ର ହାଇସ୍କୁଲର କମ୍ପୁଟର ଶିକ୍ଷକ ଜୀବନାନନ୍ଦ ସାହୁକୁ ପୁଲିସ ଗିରଫ କରିଛି। ଗୋପ ଥାନା ଅନ୍ତର୍ଗତ ଓଳଣ୍ଡି ଗ୍ରାମର ଶିକ୍ଷକ ସାହୁ ନିଜ ସ୍କୁଲରେ କାର୍ଯ୍ୟରତ ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ବହୁଦିନରୁ ପ୍ରେମ ନିବେଦନ କରି ଆସୁଥିଲେ। ଏଥି ସହିତ ସେ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ବୋଲି ପୁଲିସ କହିଛି। କେବଳ ଏତିକି ନୁହେଁ ବିବାହିତ ଶିକ୍ଷୟତ୍ରୀଙ୍କୁ ମଧ୍ୟ ବୋମା ପକାଇ ହତ୍ୟା କରିବାକୁ ମଧ୍ୟ ଧମକ ମିଳିଥିଲା।
ପୁରୀ: ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ପ୍ରେମ ନିବେଦନ କରି ଜେଲ ଗଲେ କମ୍ପ୍ୟୁଟର ଶିକ୍ଷକ
/sambad/media/post_attachments/wp-content/uploads/2017/10/Jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)