ବାମନାଳ: ତିନି ଦିନ ବ୍ୟାପୀ ଆରମ୍ଭ ହୋଇଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହଯୋଗରେ ନିମାପଡ଼ା ମୁକ୍ତାକାଶ ମଞ୍ଚ ଠାରେ ନିମାପଡ଼ା ହେଲ୍ପ ଲାଇନ ଓ ବ୍ଲକ କଳାକାର ସଂଘ ଦ୍ୱାରା ତିନି ଦିନ ବ୍ୟାପୀ ଆରମ୍ଭ ହୋଇଥିବା ୨୫ତମ ନିମାପଡ଼ା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଉଦଯାପନ ଉତ୍ସବରେ ମହୋତ୍ସବ କମିଟି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଏବଂ ସମ୍ମାନିତ ଅତିଥି ରୂପେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଯୋଗଦେଇ ଥିଲେ । 

Advertisment

ଆହୁରି ପଢନ୍ତୁ- 4007 Families Without Light: ୩୪୪ ଗାଁରେ ଅନ୍ଧାର ରାଜୁତି

Nimapara Mahotsav
Nimapara Mahotsav Photograph: (sambad.in)

ଆହୁରି ପଢନ୍ତୁ- Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଡଃ ମୋନୋଜ କୁମାର ପ୍ରଧାନ,ନିମାପଡା ବିଡ଼ିଓ ଡ଼କ୍ଟର ଅଭିଜିତ ଷଡ଼ଙ୍ଗୀ, ସମାଜସେବୀ ସ୍ୟାମସୁନ୍ଦର ନାୟକ,ହେଲ୍ପ  ଲାଇନ ସଭାପତି ଅକ୍ଷୟ କୁମାର ସାହୁ ,ସମ୍ପାଦକ ନିଗମାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ନିମାପଡ଼ା ମହୋତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ତୃତୀୟ ସନ୍ଧ୍ୟାରେ ନିମାପଡ଼ାର ବାରବାଟି ପଡ଼ିଆରେ ଓଲିଉଡ଼ ଓ ବଲିଉଡ଼ ନାଇଟ୍ସ ହୋଇଥିବା ବେଳେ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତରେ ନିମାପଡ଼ା ଅଞ୍ଚଳବାସୀ ଝୁମିଲେ । ଏହି ଅବସରରେ ସ୍ବାସ୍ଥ୍ୟ ,ସମାଜସେବା, କ୍ରୀଡା ଆଦି ବିଭିନ୍ନ କ୍ଷେତ୍ରରେ ସଫଳ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନିମାପଡ଼ା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକମାନେ ଆସିଥିଲେ।