କରୋନାକୁ ନେଇ ସଜାଗ ପୁରୀ ଜିଲ୍ଲା ପ୍ରଶାସନ, ଟ୍ରେନ୍‌ ଯୋଗେ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର

ପୁରୀ: କୋଭିଡ ମୁକାବିଲା ନେଇ ପୁରୀରେ ଆରମ୍ଭ ହୋଇଛି ଟେଷ୍ଟିଂ। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବା ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅଂଟା ଭିଡ଼ିଛି ପ୍ରଶାସନ । ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁ ସବୁ ଟ୍ରେନ ଆସିଛି ସେଥିରେ ଥିବା ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।

ଅଧିକା କରୋନା ସଂକ୍ରମିତ ୧୨ଟି ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ବିଶେଷ କଟକଣା ଲାଗିଛି । ଏହାଛଡ଼ା ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଞ୍ଜାବ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ ଘଂଟା ପୂର୍ବରୁ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ନଆଣିଲେ ଯାତ୍ରୀ ପୃଥକ ହୋଇ ରହିବେ । ସ୍ଥିତି ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ସମ୍ବନ୍ଧିତ ଖବର