ପୁରୀ: ଆଜି ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ଏଥିପାଇଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନକୁ ଅପରାହ୍ନ ଘ. ୨.୩୦ ଟିକା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଆଜିର ସର୍ବସାଧାରଣ ଦର୍ଶନ ବନ୍ଦ ସମୟ ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ଘ. ୨.୩୦ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଗରୁ ପୂର୍ବାହ୍ନ୧୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ସୂଚନା ପ୍ରଦାନ କରାଯାଇ ଥିଲା। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୂପାଳନରେ ଧାର୍ଯ୍ୟ ସମୟ ଠାରୁ ଆହୁରି ଅଧିକ ସମୟ ଆପାତତଃ ୩ ଘଣ୍ଟାରୁ ସାଢେ଼ ୩ ଘଣ୍ଟା ସମୟ ଲାଗିବ ବୋଲି ସୂଚନା ରହିଛି।
ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି: ସାଢ଼େ ୨ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ
/sambad/media/post_attachments/wp-content/uploads/2023/06/puri-aaa.jpg)
/sambad/media/agency_attachments/2024-07-24t043029592z-sambad-original.webp)