ବ୍ରହ୍ମଗିରି: ଚିଲିକାରୁ ଏକ ମୃତ ଛୁଆ ଡଲଫିନର ମୃତଦେହକୁ ବନ ବିଭାଗ ଉଦ୍ଧାର କରିଛି। ଏହାର ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଆଣିବାକୁ ବ୍ୟବସ୍ଥା କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକଳ ୧୧ଟା ବେଳେ ସାତପଡ଼ା ରେଞ୍ଜ ଚିଲିକାର ମହିଷା ଗାଁତଳି ଅଞ୍ଚଳ ଭସାପୋଲ ଚ୍ୟାନେଲରେ ଏକ ଛୁଆ ଡଲଫିନର ଶବ ଭାସୁଥିବା ଦେଖି ମତ୍ସ୍ୟଜୀବୀମାନେ ବନ ବିଭାଗକୁ ଖବର ଦେଇଥିଲେ।
ବନ ବିଭାଗ ଖବର ପାଇ ଡଲଫିନ ଶବକୁ ଉଦ୍ଧାର କରି ଆଣିଛି। ଏହାର ଲମ୍ବ ୩ ଫୁଟ ୫ ଇଞ୍ଚ ହେବ। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/3fa021be-527f-4ddc-8b32-5d4963dea19c.jpeg)