ଶ୍ମଶାନରୁ ଯୁବକଙ୍କ ଶବ ମିଳିବା ଘଟଣା:ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଗୋପ: ଗତକାଲି ଗୋପ ଥାନା ଅନ୍ତର୍ଗତ ଷୋଳପୁରଠାରେ ଜଣେ ଅପରିଚିତ ଯୁବକର ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଡାକ୍ତରଖାନା ପଠାଇଥିଲା। ଗଣମାଧ୍ୟମରେ ଫଟୋ ସହିତ ଏହି ଖବର ପ୍ରକାଶିତ ହେବା ପରେ ମୃତ ଯୁବକ ଜଣଙ୍କର ପରିଚୟ ମିଳିଛି। ଯୁବକ ଜଣକ ପୁରୀ ସିଦ୍ଧ ମହାବୀର ଅଞ୍ଚଳର ଚମାର ସାହିର ପୂର୍ଣଚନ୍ଦ୍ର ବେହେରା ବୋଲି ଜଣାପଡିଛି। ସାହି ଲୋକମାନେ ତୁରନ୍ତ ଗୋପ ଥାନାରେ ପହଞ୍ଚି ଖବର ନେବାରେ ଜଣାପଡିଥିଲା ଯେ, ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କିନ୍ତୁ ପରିବାର ଲୋକେ ଯୁବକଟିକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ ଗୋପ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲାକୁ ଭିତ୍ତିକରି ତଦନ୍ତ ଚଳାଇଛି। ଗତ ୧୧ ତାରିଖ ରାତିରେ ଏକ ସ୍କୁଟି ଷୋଳପୁର ଅଞ୍ଚଳରୁ ମିଳିବା ଏହି ଘଟଣାକୁ ଅଧିକ ରହସ୍ୟମୟ କରୁଛି। ଥାନାରେ ଥିବା ଏହି ସ୍କୁଟି ପରିବାର ଲୋକେ ମୃତ ଯୁବକଙ୍କର ବୋଲି ଚିହ୍ନିପାରିଥିଲେ। ମୃତ ଯୁବକଙ୍କ ପରିବାର ଏକ ଗରୀବ ପରିବାର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଦେବା ନିମନ୍ତେ ଦାବି ହେଉଛି। ଅନ୍ୟ ପକ୍ଷରେ ଗୋପ ଥାନା ଅଧିକାରୀ ରଂଜନ କୁମାର ପ୍ରଧାନ କହିଛନ୍ତି ଯେ, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତ ଆଗେଇବ।

ସମ୍ବନ୍ଧିତ ଖବର