ପୋଖରିରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ବିଜିପୁର ସ୍କୁଲ ପଛ ପଟରେ ଥିବା ପୋଖରିରେ ବୁଡ଼ି ବୁଧବାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବିଜିପୁର ସ୍କୁଲରେ ସର୍ବଶିକ୍ଷା ଅଭିଯାନ ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତାରେ ବିଜିପୁର ସ୍କୁଲ ଛାତ୍ର ସୁଭମ ପଣ୍ଡା ଭାଗ ନେଇଥିଲେ। ମାତ୍ର ସୁଭମ କେତେବେଳେ ପୋଖରିକୁ ଯାଇଥିଲା ସେ ସମ୍ପର୍କରେ କେହି ଜାଣି ନାହାନ୍ତି। ଅପରାହ୍ନ ପ୍ରାୟ ୨ଟା ହେବ ପ୍ରତିଯୋଗିତାରେ ଭାଗ ନେଇଥିବା କିଛି ଛାତ୍ର ସୁଭମର ମୃତଦେହ ପାଣିରେ ଭାସୁଥିବା ଦେଖିଥିଲେ। ସେମାନେ ସ୍କୁଲ ଶିକ୍ଷକଙ୍କୁ କହିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦେଇଛି।

ସମ୍ବନ୍ଧିତ ଖବର