ପୁରୀ: ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରେଡକ୍ରସ୍‌ ରୋଡସ୍ଥିତ ପୁଲିସ ଲାଇନ୍‌ ସ୍କୁଲ ସମ୍ମୁଖରୁ ଶନିବାର ଅପରାହ୍ନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଠାବ କରିଛି। ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଉଦ୍ଧାର ହୋଇଥିବା ବ୍ୟକ୍ତିର ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ଏବଂ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ପୋଡ଼ି ଦେଇଛି। ମୃତ ବ୍ୟକ୍ତି କେଉଁଠିକାର ଓ ଏଠାକୁ କେମିତି ଆସିଲା ସେ ନେଇ ତଦନ୍ତ କରାଯାଉଛି। ମୃତ ବ୍ୟକ୍ତି ଦେଖିବା ପାଇଁ ସ୍ଥାନୀୟ ଅଂଚଳରେ ବହୁ ଲୋକ ଏକାଠି ହୋଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି।

ସମ୍ବନ୍ଧିତ ଖବର