ପୁରୀ: ଐତିହାସିକ ସାକ୍ଷୀଗୋପାଳ ମନ୍ଦିରରେ ଏଥର ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କ ପାଦ ସ୍ପର୍ଶ କରିପାରିବେ ନାହିଁ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଏଭଳି ନିଷ୍ପିତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅନୁସାରେ ଅଁଳା ନବମୀ ଦିନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁମାନେ କେବଳ ଦର୍ଶନ କରି ପାରିବେ କିନ୍ତୁ ସ୍ପର୍ଶ କରିପାରିବେ ନାହିଁ। ପୂର୍ବରୁ ଯଦିଓ ଏହି ନିୟମ ଥିଲା ତଥାପି ଏହାକୁ ଠିକ୍ ରୂପେ ପାଳନ ହେଉ ନଥିଲା, ଯେଉଁଥି ପାଇଁ ବେଳେ ବେଳେ ବିଶୃଙ୍ଖଳା ଦେଖାଯାଉଥିଲା। ମାତ୍ର ଏଥର ନିୟମ କଡ଼ାକଡ଼ି କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି।
ଅଁଳା ନବମୀରେ ଏଥର ଶ୍ରୀରାଧା ପାଦ ସ୍ପର୍ଶ କରିପାରିବେନି ଶ୍ରଦ୍ଧାଳୁ
/sambad/media/post_attachments/wp-content/uploads/2018/11/Sakhigopal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)