ଭୁବନେଶ୍ବର: ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ସୁବିଧା ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ପୁରୀରେ ଏକ ଡିଜିଟାଲ ଲାଇବ୍ରେରି ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅନନ୍ୟ ପଦକ୍ଷେପ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରାଯିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Advertisment

ରାଜ୍ୟ ସରକାର ପୁରୀରେ ଏକ ଡିଜିଟାଲ ଲାଇବ୍ରେରି ସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅନନ୍ୟ ପଦକ୍ଷେପ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରାଯିବ।

କଟକ ଜିଲ୍ଲା ‌ଚୌଦ୍ବାର ଜେଲ୍‌ରୁ କଏଦୀ ଚମ୍ପଟ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ପୁଲିସ ବିଭାଗ ଏବଂ ଜେଲ୍‌ ବିଭାଗ ଯାହା ପଦକ୍ଷେପ  ନେବା କଥା ନେଇଛନ୍ତି। ଜେଲ ଡିଜି, ଡିଆଇଜି ସେଣ୍ଟ୍ରାଲକୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏହି କାମରେ ତତ୍ପରତା ଦେଖାଇଛି। ଖୁବ ଶୀଘ୍ର ଦୁଇ ଅଭିଯୁକ୍ତ ଧରାପନିବେ।ଏହା ସହ ଘଟଣାରେ ସଂମ୍ପୃକ୍ତ ଏବଂ ଦାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ବି ହେବ।  

Puri Jagannath temple | library