ମଦ୍ୟପ ବାପକୁ ପୁଅର ଆକ୍ରମଣ

ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ଅଞ୍ଚଳରେ ମଦ୍ୟପ ବାପାକୁ ଆକ୍ରମଣ କରି ଲହୁଲୁହାଣ କରିଛି ପୁଅ। ଇଟା ମାଡ଼ରେ ଗୁରୁତର ଆହତ ହୋଇ ବାପ ଏବେ ଭର୍ତ୍ତି ହୋଇଛି ଡାକ୍ତରଖାନାରେ। ଖବର ନେବାରେ ଜଣାପଡ଼ିଛି ଯେ, ବାଙ୍କିମୁହାଣ ଅଞ୍ଚଳରେ ରହୁଥିବା ଶ୍ରୀଧର ଦାସ (୪୦)  ନିଶାସକ୍ତ ଅବସ୍ଥାରେ ନିଜ ପୁଅ ସଦାଶିବକୁ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଦାଶିବ (୨୦) ଏକ ଇଟାରେ ବାପ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ଶ୍ରୀଧରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକମାନେ ଶ୍ରୀଧରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର