ବାମନାଳ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିମାପଡ଼ା ଯୋଗ ପରିଷଦ ଆନୁକୁଲ୍ୟରେ ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ ଓ ପଞ୍ଚାୟତ ସମିିତ ସହାୟତାରେ ସ୍ଥାନୀୟ ବାରବାଟି ପଡ଼ିଆରେ ଶତାଧିକ ଯୋଗପ୍ରେମୀଙ୍କ ସହ ନିମାପଡ଼ା ଓ ଗୋପ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ଯୋଗ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର, ବ୍ଲକ୍ ମଣ୍ଡଳ ଅଧିକାରୀ ଭୁବନାନନ୍ଦ ପଟ୍ଟନାୟକ, ବିଜ୍ଞପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ସ୍ବେଚ୍ଛାସେବୀ ସଂଗଠନର ଛାତ୍ରଛାତ୍ରୀ ସଭ୍ୟ ସଭ୍ୟାମାନେ ମଧ୍ୟ ଉପସ୍ଥିତ ରହି ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ କରିଥିଲେ।

Advertisment

publive-image

ଓଡ଼ିଶାର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ କରିବା ପାଇଁ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରାରମ୍ଭିକ ପ୍ରଦୀପ ପ୍ରଜ୍ବଳନ କରି ନିଜ ଅଭିଭାଷଣରେ ଯୋଗପ୍ରେମୀମାନଙ୍କୁ କର ଯୋଗ ରୁହ ନିରୋଗର ନାରା ଦେଇଥିଲେ। ସୁସ୍ଥ ଜୀବନ ପାଇଁ ଦରକାର ଯୋଗ।

କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ। ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ନିୟମିତ ଯୋଗ ଜରୁରୀ। ଆଜି କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି।