ପୁରୀ: ଡ୍ରୋନ୍ ସାହାଯ୍ୟରେ ଶ୍ରୀମନ୍ଦିର ଚିତ୍ର ଉତ୍ତୋଳନ କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏମାର ମଠ ଛାତ ଉପରୁ ଡ୍ରୋନ୍ ଉଡାଇ ଶ୍ରୀମନ୍ଦିରର ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଘଟଣାରେ ଶ୍ରୀମନ୍ଦିର ଥାନା ପୁଲିସ ଜଣେ ଯୁବତୀ ସମେତ ୯ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶ୍ରୀମନ୍ଦିର ଉପରେ ଡ୍ରୋନ ବୁଲିବା ନେଇ ଭକ୍ତ ଓ ଶ୍ରଦ୍ଧାଳୁ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
ପୁଲିସ କହିଛି, ପଶ୍ଚିମବଙ୍ଗରୁ ଜଣେ ଯୁବତୀଙ୍କ ସମେତ ୯ ଜଣ ଲୋକ ପୁରୀ ଆସିଥିଲେ। ସେମାନେ ସମସ୍ତେ ପୁରୀ ଏମାର ମଠ ଛାତ ଉପରୁ ଡ୍ରୋନ ଉଡାଇ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ବୁଲୁଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଡ୍ରୋନ୍ ଜବତ କରିଛି। ଡ୍ରୋନ୍ ଯାଞ୍ଚ ହେବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/puri-20.jpg)