ପୁରୀ: ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଜିଲ୍ଲା ନିମାପଡ଼ାର ମା ପୂର୍ଣ୍ଣେଶ୍ବରୀ ମନ୍ଦିରରୁ କାକଟପୁର ମଙ୍ଗଳା ମନ୍ଦିର ଯାଏ ପଦଯାତ୍ରା କରୁଛନ୍ତି। ସେ ଆଜି ସକାଳେ ମା ପୂର୍ଣ୍ଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଲୋକଙ୍କ ସହ କାକଟପୁର ମଙ୍ଗଳା ମନ୍ଦିର ଯାଏ ପଦଯାତ୍ରା ଆରମ୍ଭ କରୁଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପଦଯାତ୍ରା କରାଯାଉଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରାୟ ୨୫ କିଲୋମିଟର ପଦଯାତ୍ରା କରୁଛନ୍ତି।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଐତିହ୍ୟ ପଦଯାତ୍ରା ଜରିଆରେ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନର ବିକାଶ କରାଯିବ। ଏହାଛଡ଼ା ସେଠାକାର ଅର୍ଥନୈତିକ ବିକାଶ ବି କରାଯିବ।
ଏହି ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶେଷ କରି ନିମାପଡ଼ା ଓ କାକଟପୁର ଅଞ୍ଚଳରେ ଥିବା ଅନେକ ଛୋଟ ବଡ଼ ମନ୍ଦିରଗୁଡିକୁ ପର୍ଯ୍ୟଟନ କ୍ଷେତ୍ର ସହିତ ସଂଯୋଗ କରିବା। କୋଣାର୍କ-ପୁରୀ ପର୍ୟ୍ୟଟନର ମୁଖ୍ୟ ଆକର୍ଷଣ ଥିବା ବେଳେ ନିମାପଡ଼ାରେ ଖୁବଶୀଘ୍ର ପର୍ଯ୍ୟଟନର ହବ୍ ପ୍ରସ୍ତୁତ ପାଇଁ ଚେଷ୍ଟା ଜାରି ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । କାକଟପୁର ମା ମଙ୍ଗଳା ପୀଠର ଉନ୍ନତିକରଣ ଓ ଗ୍ରାମାଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ କାମ କରାଯିବ, ସମସ୍ତ ଐତିହ ପୀଠର ବିକାଶ କାମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।