ପୁରୀରେ ୨ଟି ଏନ୍‌କାଉଣ୍ଟର୍‌, ଅଭିଯୁକ୍ତଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ

ପୁରୀ: ସୋମବାର ମଧ୍ୟ ରାତ୍ରରେ ପୁରୀ ଜିଲ୍ଲାର ତାଳବଣିଆ ଥାନା ଓ ବାସେଳୀ ସାହି ଥାନା ଅଞ୍ଚଳରେ ଯୋଡ଼ା ଏନ୍‌କାଉଣ୍ଟର୍‌ ହୋଇଛି। ଏହି ଏନ୍‌କାଉଣ୍ଟ୍‌ରେ ଅଭିଯୁକ୍ତ ବିଶ୍ୱରଞ୍ଜନ ସାହୁ ଓ ଟିକି ଖାଁ ଧରାପଡ଼ିଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ପିସ୍ତଲ, ଗାଡ଼ି ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ପୁଲିସ୍‌ ଗୁଳିରେ ଆହତ ହୋଇ ବିଶ୍ୱରଞ୍ଜନ ଓ ଟିକି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ସୂଚନା ରହିଛି ଯେ ବିଶ୍ୱରଞ୍ଜନ  ବ୍ରାଉନ୍‌ ସୁଗାର ଓ କୋରେକ୍ସ ବେପାର କରନ୍ତି।  ଟିକି ଖାଁ ଜଣେ ବାଲି ମାଫିଆ। ସେ ସମୁଦ୍ରକୂଳିଆ ଅଞ୍ଚୁଳରୁ ଚୋରାରେ ବାଲି ନେଇ ବିକ୍ରି କରିଥାନ୍ତି। ଚୋରା ବାଲି ବେପାର କରି ଗତ କିଛି ବର୍ଷ ଭିତରେ ସାଧାରଣ ଲୋକକୁ କୋଟିପତି ସାଜିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଜଣଙ୍କ ବିରୋଧରେ ପୂର୍ବରୁ ବି ଅନେକ ମାମଲା ରହଛି। ଟିକି ଖାଁଙ୍କ ବିରୋଧରେ ପ୍ରାୟ ୧୦ରୁ ଊର୍ଧ୍ୱ ମାମଲା ରହିଛି।

ସମ୍ବନ୍ଧିତ ଖବର