କୋଣାର୍କ (ସୁକାନ୍ତ ବିଶ୍ବାଳ):ପୁରୀଜିଲ୍ଲା କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୁର ଛକ ନିକଟରେ ଥିବା ଏକ ଇଭି ଗାଡ଼ି ସୋ’ ରୁମରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମରେ ଅଚାନକ ଏକ ନୂଆ ଗାଡ଼ି ମଧ୍ୟରୁ ବ୍ୟାଟେରି ଫାଟି ନିଆଁ ଲାଗି ହୁହୁ ହୋଇ ଜଳିବା ଆରମ୍ଭ କରିଥିଲା। ସୋ’ରୁମର କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବିଗାଗର ୧୧୨ ନଂ ମାଧ୍ୟମରେ ଯୋଗାଯୋଗ କରିଥିଲେ।
୧୧୨ ସରକରୀ ବ୍ୟବସ୍ଥାରେ ଅଗ୍ନିଶମ ଗାଡ଼ିକୁ ପଠାଇବାରେ ବିଳମ୍ବିତ ପକ୍ରିୟା ପାଇଁ ୩୦ ଗୋଟି ଗାଡ଼ିରେ ଗୋଟିଏ ପରେ ଗୋଟିଏ ଗାଡ଼ି ନିଆଁ ଲାଗି ହୁହୁ ହୋଇ ଜଳିବା ସହ ବ୍ୟାଟ୍ରି ଗୁଡିକ ବହୁତ ଜୋରରେ ବିସ୍ଫୋରିତ ହୋଇ ନିଆଁ ଉଗ୍ରରୂପ ନେଇଥିଲା।
#ଜଳିଗଲା_୩୦ଇଭି_ଗାଡ଼ି
— Sambad (ସମ୍ବାଦ) (@sambad_odisha) October 8, 2025
-ଅଗ୍ନିକାଣ୍ଡରେ ଜଳିଗଲା ୩୦ ଇଭି ଗାଡ଼ି
-ପୁରୀ ଜିଲ୍ଲା କୋଣାର୍କସ୍ଥିତ ଏକ ସୋ’ରୁମରେ ଅଗ୍ନିକାଣ୍ଡ
-ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ଆଶଂକା#Sambad#NuapadaByeElection#BJDpic.twitter.com/lQdqgcDmcD
ଖବର ପାଇ ଦୀର୍ଘ ୪୫ ମିନିଟ୍ ପରେ କୋଣାର୍କ ଚମ୍ପାହର ଅଗ୍ନିଶମର ଦୁଇଟି ଦମକଳ ଗାଡ଼ି ପହଁଛି ନିଆଁକୁ ଲିଭାଇ ଆୟତ୍ତ କରିବା ବେଳକୁ ସୋ’ରୁମ ମଧ୍ୟରେ ଥିବା ସମସ୍ତ ଗାଡ଼ି ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଥିଲା। ସୋ’ରୁମ ମଧ୍ୟରେ ଥିବା ନୂତନ ୨୫ ଗୋଟି ଇ-ବାଇକ ଓ ୫ ଟି ସର୍ଭିସିଂ ପାଇଁ ରକ୍ଷା ଯାଇଥିବା ପୁରୁଣା ଗାଡ଼ି ସହିତ ଆସବାପତ୍ରର ଜଳି ଯାଇଛି। ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୋରୁମ ମାଲିକ ସୌମ୍ୟରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି। ଖବର ପାଇଁ କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ନିଆଁ କିପରି ଲାଗିଲା କିଏ ଲଗାଇଲା ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୁଲିସ କହିଛି।
Konark