କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ଜଳିଗଲା ୬ବଖରା ଘର। ଏଥିରେ ୬ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅମଳ ହୋଇ ଥୁଆ ହୋଇଥିବା ୪୦ ବସ୍ତା ଧାନ ସମେତ ଘରର ସମସ୍ତ ଆସବାବ ପତ୍ର ପୋଡ଼ିପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।
କାଲି ଅମାବାସ୍ୟା ଥିବାରୁ ଘରର ସମସ୍ତ ଲୋକେ ପୟା ଡାକି ରାତି ୧୧ଟା ସମୟରେ ଶୋଇଥିଲେ। ହଠାତ୍ ଗ୍ରାମର ଜଣେ ଲୋକ ଡାକି କହିଥିଲା ଘରେ ନିଆଁ ଲାଗିଯାଇଛି। ଘରୁ ବାହାରି ପାରିନଥିଲେ ଘରଲୋକେ। ଘରର ମୁରବୀ ଜଳନ୍ଧର ଜେନାଙ୍କ ହାତରେ ନିଁଆ ଲାଗିବା ସହ ୪ଟି ଗାଈ ପୋଡ଼ି ଯାଇଛନ୍ତି। ରୋଜଗାର ଦେଉଥିବା ୨ଟି ବଳଦ ମଧ୍ୟ ଜଳିଯାଇଚନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। ଏବେ ସାରା ପରିବାର ଖୋଲା ଆକାଶତଳେ ବିପନ୍ନ ହୋଇ ଦିନ କାଟୁଛନ୍ତି। ବାଲିପାଟପୁର ଗାଁରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କ୍ଷତିପୂରଣ ଓ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/beaba9cf-4877-46d4-a0d3-4bce2bd63c0d.jpeg)