ପେଟ୍ରୋଲ ପମ୍ପ ଅଫିସରେ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ପିପିଲି: ପୁରୀ ଜିଲ୍ଲା ସାତଶଂଖ ବଳଙ୍ଗା ମୁଖ୍ୟ ରାସ୍ତାର ରୁପଦେଇପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ଅଫିସରେ ଅଗ୍ନିକାଣ୍ଡ ହୋଇଛି । ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହିତ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ । ବଡ଼ କଥା ହେଉଛି ନିଆଁ ପେଟ୍ରୋଲ ପମ୍ପକୁ ବ୍ୟାପିନାହିଁ। ପେଟ୍ରୋଲ ପମ୍ପକୁ ବ୍ୟାପିଥିଲେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥାନ୍ତା। ନିଆଁ ବ୍ୟାପିବା ପୂର୍ବରୁ ଆୟତ୍ତ କରାଯାଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।

ସମ୍ବନ୍ଧିତ ଖବର