ପୁରୀ ରେଳଷ୍ଟେସନ ନିକଟରେ ଅଗ୍ନିକାଣ୍ଡ: ନିଆଁ ଆୟତ୍ତ

ପୁରୀ ରେଳଷ୍ଟେସନ ନିକଟରେ ଅଗ୍ନିକାଣ୍ଡ: ନିଆଁ ଆୟତ୍ତ

ପୁରୀ: ପୁରୀ ରେଳଷ୍ଟେସନ ନିକଟରେ ଏକ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକରେ ନିଆଁ ଲାଗିଛି। ରେଳ ଧାରଣା କଡ଼ ଅଳିଆ ଗଦାରେ ନିଆଁ ଲାଗିବା ପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରାକରେ ଏବେ ଟ୍ରେନ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଇ ଅଧିକାରୀ ଉପସ୍ଥିତ ଥିବା ଜଣାଯାଇଛି। ତେବେ କିଏ ଏହି ନିଆଁ ଲଗାଇଲା, ତାହା ଜଣାପଡ଼ିନି।

ଉଲ୍ଲେଖଯୋଗ୍ୟ,  ଗତ ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ ବଡ଼ଦାଣ୍ଡ ସମ୍ରାଟ୍‌ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ଥିବା ଏକ ପୋଷାକ ଦୋକାନ‌ରେ ସଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍‌ ‌କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଘଟଣା ସମୟଠାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ନିଆଁକୁ ଲିଭାଇବା ପାଇଁ ପ୍ରଶାସନ ଓ ଅଗ୍ନିଶମବାହିନୀ ପକ୍ଷରୁ ପୂର୍ଣ୍ଣମାତ୍ରାରେ ଉଦ୍ୟମ କରାଯାଇଥିଲା। ନିଆଁ ୩୬ ଘଣ୍ଟା ପରେ ଆୟତ୍ତକୁ ଆସିଥିଲା। ନରେନ୍ଦ୍ର ପୁଷ୍କରିଣୀ ସହ ଆଖପାଖ ଅଞ୍ଚଳରୁ ଅଗ୍ନିଶମ ଗାଡ଼ି ଜରିଆରେ ଲଗାତାର ପାଣି ମାଡ଼ ଏବଂ ବହୁଘଣ୍ଟାର ଝାଳବୁହା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ଏହି ଭୟାବହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe