କୃଷ୍ଣପ୍ରସାଦ: ପୁରୀଜିଲ୍ଲା ମାଲୁଦ ଫାଣ୍ଡି ନିକଟସ୍ଥ ରାଜା ବଜାରରେ ପାତ୍ର ଜୁଏଲାରୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁଳିମାଡ଼ ନେଇ ବଜାରରେ ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି | ରାତି ୯ ଘଣ୍ଟା ସମୟରେ ସୁନା ଦୋକାନରେ ବ୍ୟବସାୟ କରୁଥିବା କର୍ମଚାରୀ ମଲେଶ୍ୱରୀ ଗ୍ରାମର ପିଣ୍ଟୁ ଦାଶ ସୁନା ମାଲିକ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ନେଇ ଘରକୁ ସ୍କୁଟିରେ ଯାଉଥିବା ବେଳେ ସହିଦ ସୁଦାମଙ୍କ ଫଳକ ନିକଟରେ ମୁଖାପିନ୍ଧା ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିଲେ |
ଘଟଣାସ୍ଥଳରେ ମାଲିକ ଓ କର୍ମଚାରୀ ହୋହାଲ୍ଲା କରିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଚିକିତ୍ସା ଚାଲିଛି | କୃଷ୍ଣପ୍ରସାଦ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ପ୍ରଥମ ଥର ଏହିଭଳି ଅଭାବନୀୟ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/01/firing-2025-11-01-21-44-39.jpg)