ଯୁବକଙ୍କୁ ଅପହରଣ ପରେ ଗୁଳିମାଡ଼

ପୁରୀ : ୨୦୧୯ ସାଧାରଣ ନିର୍ବାଚନ ଘୋଷଣା ହେବାର ଦିନକ ପରେ ଶ୍ରୀକ୍ଷେତ୍ର ପୁରୀରେ ଫୁଟିଛି ୫ ରାଉଣ୍ଡ ଗୁଳି। ସିଦ୍ଧ ମହାବୀର ମନ୍ଦିର ନିକଟସ୍ଥ ଏକ ଦୋକାନରେ ବସିଥିବା ରାକେଶ ନାୟକ (୨୫)ଙ୍କୁ ଗୁଳି କରିଛନ୍ତି ୪ ଜଣ ଦୁର୍ବୃତ୍ତ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାକେଶଙ୍କୁ ଏକ ନାଳ ପାଖରୁ ତାଙ୍କର ଜଣେ ସାଙ୍ଗ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ରାକେଶଙ୍କ ବୟାନ ଆଧାରରେ ପୁଲିସ ଏହି ଘଟଣାରେ ପୁଲିସ ତାଳବଣିଆ ଥାନା ଜଗନ୍ନାଥ କଲୋନିରେ ରହୁଥିବା ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳର ଦୁଇ ଭାଇ ଚନ୍ଦନ ପଣ୍ଡା ଓ ଗୁଡ଼ୁ ପଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ ସୂଚନା ଅନୁଯାୟୀ, ଚନ୍ଦନର ଘରେ କିଛି ମାସ ତଳେ ନିଆଁ ଲାଗିଥିବା ବେଳେ ରାକେଶ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଦୁଇ ଜଣଙ୍କ ଭିତରେ ଛକାପଞ୍ଝା ଲାଗି ରହିଥିଲା। ଏହି ଘଟଣାର କିଛି ଦିନ ପରେ ରାକେଶ ବାଙ୍ଗାଲୋର ଚାଲି ଯାଇଥିବା ବେଳେ ନିକଟରେ ସେ ଘରକୁ ଆସିଥିଲେ।

ସମ୍ବନ୍ଧିତ ଖବର