ପୁରୀ : ଏଥର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ନୂଆ ଝଲକ ଦେଖିବାକୁ ମିଳିବ। ପୁରୀ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଏହି ଫୁଲ ସଜା ମନ୍ଦିର ପ୍ରଶାସନ କରିବ ନାହିଁ, ଭକ୍ତବତ୍ସଳ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଭକ୍ତ ଏ ଗୁରୁ ଦାୟିତ୍ବ ନେବେ। ଏହାର ସମସ୍ତ ଖର୍ଚ୍ଚ ସେ ବହନ କରିବେ। ଦିଲ୍ଲୀ ନିବାସୀ କେକେ ଶର୍ମା ନାମକ ଜଣେ ଭକ୍ତ ଶ୍ରୀମନ୍ଦିରରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଶ୍ରୀ ଶର୍ମା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ଫୁଲରେ ସଜାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ଫୁଲରେ ସଜାଇବା ସହିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଫୁଲରେ ସଜାଇବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେତେ ଦିନ ଠାକୁର ରହିବେ ସବୁ ଦିନ ଏହା ଫୁଲରେ ସଜ୍ଜା ହେବ। ଏହି ଦାୟିତ୍ବ ଶ୍ରୀ ଶର୍ମା ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଶ୍ରୀ ଶର୍ମା ଦିଲ୍ଲୀର ୨୦୦ରୁ ଅଧିକ ଫୁଲ ସଜାଇବା କାରିଗର ନେଇ ଆସିଛନ୍ତି। ଏମାନେ ଆସନ୍ତାକାଲିଠାରୁ କାମ ଆରମ୍ଭ କରିବେ। ସେହିଭଳି ସୁନାବେଶ ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ସଜା ହେବ। ଏହାର ସମସ୍ତ ଖର୍ଚ୍ଚ ଶ୍ରୀ ଶର୍ମା ବହନ କରିବେ। ଏଥିପାଇଁ ସେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇଛନ୍ତି। ତେବେ ଏହି ଫୁଲ ସଜାରେ ୧୫ରୁ ୨୦ ଟ୍ରିପ୍ ଫୁଲ ଲାଗିବ ଓ ଆନୁମାନିକ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।
ଫୁଲରେ ଶ୍ରୀମନ୍ଦିର ସଜାଇବେ ଦିଲ୍ଲୀ ଭକ୍ତ : ୨୦୦ କାରିଗର କାମ କରିବେ, ଲାଗିବ ପ୍ରାୟ ୨୦ ଟ୍ରିପ୍ ଫୁଲ
/sambad/media/post_attachments/wp-content/uploads/2019/07/jaga-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)