ବ୍ରହ୍ମଗିରି: ରବିବାର ସକାଳେ ବନ ବିଭାଗ ଗୋଟାଏ ଇରାଓ୍ଵାଡ଼ି ପ୍ରଜାତିର ମଲା ଶିଶୁମାର ବା ଡଲ୍ଫିନ୍ ଉଦ୍ଧାର କରିଛି।
ମଲା ଡଲ୍ଫିନ୍ଟି ଗତ ରାତିରୁ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ନୂଆପଡ଼ା ରେଞ୍ଜ ଅଞ୍ଚଳର ଚିଲିକା ହ୍ରଦର ନୂଆପଡ଼ା ଘାଟ ପାଖରେ ଭାସୁଥିଲା।
୫ ଫୁଟ୍ ୮ ଇଞ୍ଚ ଲମ୍ବ ଓ ୩ ଫୁଟ୍ ଗୋଲେଇବିଶିଷ୍ଟ ସେ ମଲା ଡଲ୍ଫିନ୍କୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇଛି।
ବନ ବିଭାଗ କହିବା ଅନୁସାରେ ଏହାର ଓଜନ ପ୍ରାୟ ୫ ଶହ କିଲୋରୁ ଅଧିକ ହେବ।
ଚଳିତ ମାସରେ ବରୁଣକୁଦା, ମଗରମୁଖରୁ ୨ଟି ମଲା ଶିଶୁମାର ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/dolphin-1.jpg)