ପୁରୀ: ପାରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ମହିଳା ସମେତ ୪ ଗିରଫ

ପୁରୀ: ପାରା ଓରଫ ସଂଜୟ ବେହେରା ହତ୍ୟା ମାମଲାରେ ଫେରାର ୪ ଅଭିଯୁକ୍ତଙ୍କୁ ବୁଧବାର ପୁଲିସ ଗିରଫ କରିଛି। ସୂଚନା ଅନୁସାରେ ଏହି ହତ୍ୟା ଘଟଣାରେ ପୁରୀ ପୁଲିସ ମୁଖ୍ୟ ଅଭିଯୁକ୍ତ, ଜଣେ ମହିଳା ଓ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ୨ଟି ପିସ୍ତଲ ଜବତ କରିଛି। ପୂର୍ବରୁ ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଲବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗର ନିବାସୀ ବସୁଦେବ ବେହେରାଙ୍କୁ ଅଭିଯୁକ୍ତମାନେ ୨୦୧୮ ଡିସେମ୍ବର ୨୫ରେ ବନ୍ଧୁକରେ ଗୁଳି କରିଥିଲେ। ବସୁଦେବଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବସୁଦେବଙ୍କ ମୃତ୍ୟୁ ହୋଇଥିଲା।

ବସୁଦେବଙ୍କ ସ୍ତ୍ରୀ ରଂଜୁଲତା ବେହେରାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ତାପସ ସାମନ୍ତରାୟ ଓରଫ ଅନିଲ (୨୫), ବାବୁନି ପରିଡ଼ା ଓରଫ କୁନା (୧୯), ଡେଙ୍ଗା ମୁନା ଓରଫ ରମେଶ ପରିଡ଼ା, ଜିତୁ ଓରଫ ଜିତେନ୍ଦ୍ର କୁମାର ସାହୁ, ଭାଗିରଥୀ ପ୍ରଧାନ ଓରଫ ଭାଗୁ (୪୨), ପ୍ରମୋଦ ଭୋଳ (୩୬), ରଂଜନ ରାଉଳ (୩୧) ଓ ଅର୍ପିତା ପଟ୍ଟନାୟକ ଓରଫ ଟିନା (୨୪) ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର