କୋଣାର୍କ: କୋଣାର୍କସ୍ଥିତ ନିୟୁ ମାର୍କେଟ କମ୍ପ୍ଲେକ୍ସ ପରିସରରେ ମା’ ଲକ୍ଷ୍ମୀପୂଜା କମିଟି ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ସଂପନ୍ନ ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଭସାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ନିୟୁ ମାର୍କେଟ କମ୍ପ୍ଲେକ୍ସ ପରିସରରୁ ଆରମ୍ଭ ହୋଇ ଘଣ୍ଟ ଘଣ୍ଟା, ନାଗା କାଳୀକା ଓ ନୂତନ ଭାବେ ଅଘୋରୀ ନୃତ୍ୟର ତାଳେ ତାଳେ ମା'ଲକ୍ଷ୍ମୀଙ୍କୁ ନେଇ କୋଣାର୍କ ବଜାର ପରିକ୍ରମା କରିଥିଲା।
ଏହି ସମୟରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ହଜାର ହାଜର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମା’ ଧନଦାତ୍ରୀ ମହାଲକ୍ଷ୍ମୀଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ ଦେଇଥିଲା ବେଳେ ଅଘୋରୀ ନୃତ୍ୟ ଦେଖିବାକୁ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମଗ୍ର କୋଣାର୍କରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି।
-ଅଘୋରୀ ନାଚର ତାଳେ ତାଳେ ବିଦାୟ ନେଲେ ମା ମହାଲକ୍ଷ୍ମୀ#Sambad#Konarkpic.twitter.com/2qUeUJ4QVP
— Sambad (ସମ୍ବାଦ) (@sambad_odisha) October 12, 2025
ଏହି ଭସାଣି ଉତ୍ସବରେ ଅଘୋରୀ ନୃତ୍ୟ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମନକୁ ମନ୍ତ୍ର ମୁଗ୍ଧ କରିଥିଲା। ଶେଷରେ ଚନ୍ଦ୍ରଭାଗା ତୀର୍ଥପୁଷ୍କରଣୀ ଠାରେ ମା ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା। ଏହି ଉତ୍ସବକୁ ମା ମହାଲକ୍ଷ୍ମୀ ପୂଜା କମିଟି ସଭାପତି ସୁରେନ୍ଦ୍ର ସାହୁ, ଉପସଭାପତି ଗଣେଶ ପ୍ରସାଦ ଜେନା, ସଂପାଦକ ମନୋଜ ସେଠ, ସହସଂପାଦକ ରୁଦ୍ର ପ୍ରସାଦ ବେଉରା ଓ କୋଷାଧ୍ୟକ୍ଷ ସ୍ବାଧୀନ ନାୟକ, ସୁଶାନ୍ତ କୁମାର ଚିନେରା, ମିଲନ ରାଉତ, ବିଶ୍ୱାସଦେଵ ମହାପାତ୍ର, ବିଜୟ କୁମାର ବାରିକ, ପ୍ରେମାନନ୍ଦ ରାଉତରାୟ, ବ୍ରଜରାଜ ମହାରଣା, ମନୋଜ କୁମାର ସାହୁ, ବାମଦେବ ଆଳୁକ, ସଞ୍ଜୟ କୁମାର ଲେଙ୍କା, ମହେଶ୍ବର ଖୁଣ୍ଟିଆ, ମିଥୁନ ବେହେରା, ରାଜେଶ ସାହୁ, ଚୈତନ ସାହୁ, ସୁବାଶିଷ ପରିଡ଼ା, ସର୍ବୋତ୍ତମ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।
Konark