ପୁରୀ: ଶ୍ରୀମନ୍ଦିରର ଭିତରକାଠରେ ପୁଣି ରକ୍ତଛିଟା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ବଡ଼ଦେଉଳର ଭିତରେ କାଠରେ ଏହି ଅପ୍ରୀତିକର ଘଟଣା ଘଟିଛି। ଏହି ଘଟଣା ପରେ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ କରାଯିବ। ଏହି କାରଣରୁ ପାଖାପାଖି ୧ରୁ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିରରେ ଦର୍ଶନ ସମୟରେ ବାରମ୍ବାର ଏହି ଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳୁଛି। ଚଳିତ ବର୍ଷ ପଞ୍ଚମ ଥର ପାଇଁ ଶ୍ରୀମନ୍ଦିରରେ ରକ୍ତଛିଟା ଘଟଣା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଦର୍ଶନ ସମୟରେ ବାରମ୍ବାର ଏହି ଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳୁଛି। ଚଳିତ ବର୍ଷ ପଞ୍ଚମ ଥର ପାଇଁ ଶ୍ରୀମନ୍ଦିରରେ ରକ୍ତଛିଟା ଘଟଣା ଦେଖିବାକୁ ମିଳିଛି। ଏହା ପୂର୍ବରୁ ଗତ ମେ’ ମାସ ୨୬ ତାରିଖରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ସେହିପରି ଏପ୍ରିଲ ୨୧, ମାର୍ଚ୍ଚ ୬ ଓ ଫେବ୍ରୁ୍ଆରି ୧୬ ତାରିଖରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ସେହି ସମୟରେ ମଧ୍ୟ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା।
Puri Jagannath temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/25/eR9eIpqXrZO3LGVmn27m.jpg)