ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଗଙ୍ଗବଡ଼ପୁଟରେ ଗୋଷ୍ଠୀ ସଂଘର୍ଷ : ୫୦ରୁ ଅଧିକ ବୋମା ମାଡ଼, ୨ ଗୁରୁତର,୧୦ ଆହତ, ପୁଲିସ୍‌ ଫୋର୍ସ ମୁତୟନ

କଣାସ : ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆଜି ପୁରୀ ଜିଲ୍ଲା କଣାସ ବ୍ଳକ ଗଙ୍ଗବଡପୁଟ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି। ଏଥିରେ ୫୦ରୁ ଅଧିକ ବୋମା ମାଡ଼ ହୋଇଥିବା ବେଳେ ଦୁଇ ପକ୍ଷ ମାରପିଟ୍‌ ହୋଇଛନ୍ତି। ଏହି ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗଡବଡପୁଟ ଗ୍ରାମର ସରପଞ୍ଚ ଅକ୍ଷୟ ବଳିଆରସିଂହ ଓ ସମିତି ସଭ୍ୟା ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସସ୍ମିତା ସୁନ୍ଦରରାୟଙ୍କ ମଧ୍ୟରେ ଗତ କିଛି ମାସ ହେଲା ରାଜନୈତିକ ବିବାଦ ଲାଗି ରହିଛି। ୪ ମାସ ତଳେ ସରପଞ୍ଚ ଓ ସମିତି ସଭ୍ୟାଙ୍କ ଗୋଷ୍ଠୀ ଏହାକୁ ନେଇ ମାରପିଟ୍‌ ହୋଇଥିଲେ। ଶନିବାର ରାତିରେ ସସ୍ମିତା ସୁନ୍ଦରରାୟଙ୍କ ଦିଅର ସୂର୍ଯ୍ୟକାନ୍ତ ସୁନ୍ଦରରାୟ ଭୋଜି ଖାଇବାକୁ ଯିବା ବେଳେ ତାଙ୍କ ଗାଡି ଲାଇଟ୍‌ ବିପକ୍ଷ ଗୋଷ୍ଠୀର ନିରୁ ବଳିଆର ସିଂହଙ୍କ ଉପରେ ପଡିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଗାଳିଗୁଲଜ ହୋଇଥିଲା।

ସେହି ରାଗ ରଖି ଆଜି ସକାଳେ ବିଜୟ ପାଟ୍ଟଶାଣୀ ନାମକ ଜଣେ ବ୍ୟକ୍ତି ନଦୀ ଆଡେ ଯିବାବେଳେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲେ। ପରେ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାଡପିଟ୍‌, ବୋମା ମାଡ଼ ଆରମ୍ଭ ହୋଇ ଯାଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର