ପୁରୀ: ଆଜି ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଥିବାର ଖବର ମିଳିଛି। ମନ୍ଦିର ଭିତରେ ଥିବା ଭିତର କାଠ ନିକଟରେ ଏହି ଅଘଟଣ ଘଟିଛି। ଦୀପ ନିଆଁରେ  ପୋଡ଼ିଯାଇଛି ଏକ ନାବାଳକର ହାତ। ପୀଡ଼ିତଙ୍କ ନାଆଁ ଦୀପରାଜ ଭୂୟାଁ ବୋଲି ଜଣାଯାଇଛି। ଦକ୍ଷିଣାଥାଳିରେ ଦୀପଧରି ଜଣେ ସେବାୟତ ବୁଲୁଥିବା ସମୟରେ ଅଘଟଣ ଘଟିଲା।

Advertisment

ଦୀପ ନିଆଁ ଵାଜି ଯିବାରୁ ଦୀପରାଜର ବାମ ହାତ ଫୋଟକା ହୋଇଯାଇଛି। ହେମନ୍ତ କୁମାର ଭୂୟାଁ ଓ ଲିପିକା ସାମନ୍ତରାୟ ତାଙ୍କ ପୁଅକୁ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ସମୟରେ ଅଘଟଣ ଘଟିଥିଲା। ଏନେଇ ଦୀପରାଜଙ୍କ ପିତା ଅଭିଯୋଗ କରିଛନ୍ତି।