ପୁରୀ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜାରି ଥିବା ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରୁ ସାମାନ୍ୟ ବିରତି ମିଳିବା ପରେ ଭାରତୀୟ ପୁରୁଷ ହକି ଟିମ୍‌ ମଙ୍ଗଳବାର ପୁରୀରେ ସମୟ ଅତିବାହିତ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକତରଫା ୫-୦ ଗୋଲରେ ବିଜୟୀ ହେବା ପରେ ଭାରତୀୟ ହକି ଟିମ୍‌ ଆଜି ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ସହିତ କିଛି ସମୟ ଅତିବାହିତ କରିବା ପରେ ବେଳାଭୂମିରେ ମସ୍ତି କରିଛନ୍ତି।

Advertisment

publive-image

ପୁରୀରେ ପହଞ୍ଚି ଭାରତୀୟ ହକି ଟିମ୍‌ର ଖେଳାଳିମାନେ ହୋଟେଲ ‘ହଲିଡେ ରିସର୍ଟ’ରେ ଜଳପାନ କରିବା ପରେ ସେଠାରେ ସୁଇମିଙ୍ଗ୍‌ ପୁଲ୍‌ର ମଜା ନେଇଥିଲେ। ପରେ ସେମାନେ କୋଚ୍‌ ହରେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ବେଳାଭୂମିରେ ଫୁଟବଲ୍‌ ଖେଳି ଖୁବ୍‌ ମସ୍ତି କରିଥିଲେ। ବେଳାଭୂମିରେ ସେଲ୍ଫି ନେଇ ସେମାନେ ଉତ୍ସାହିତ ଦେଖାଯାଇଥିଲେ। ଏହା ପରେ ହକି ଖେଳାଳିମାନେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟିଥିଲେ।

‘ପୁଲ-ସି’ରେ ଭାରତୀୟ ହକି ଟିମ୍‌ ନଭେମ୍ବର ୨୮ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଟିମ୍‌ ଆଗାମୀ ଡିସେମ୍ବର ୮ରେ କାନାଡାକୁ ମୁକାବିଲା କରିବ। ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ କାନାଡା ୨-୧ ଗୋଲରେ ବେଲଜିୟମ୍‌ ଠାରୁ ପରାସ୍ତ ହୋଇଥିଲା।