ଶ୍ରୀମନ୍ଦିରରେ ନୀତି ସଂପାଦନ ପାଇଁ ରାଜରାଜୁଡା ଅମଳରୁ ୧୧୯ ପ୍ରକାର ସେବା ଖଞ୍ଜି ଦିଆଯାଇଛି। ଏ ବାବଦରେ କାହାକୁ କିଛି କହିବାକୁ ପଡୁନଥିଲା। ସେବକମାନେ ଯେ ଯାହାର ନୀତି ସଂପାଦକ କରୁଥିଲେ। ଆବଶ୍ୟକ ପଡିଲେ ଚର୍ଚ୍ଚା ସେବକ ସେବକଙ୍କୁ ଘରୁ ଡାକି ଆଣୁଥିଲେ। ତେବେ କାଳକ୍ରମେ କର୍ମଭେଦ ଆଧାରରେ ଏହି ସେବକଙ୍କୁ ଶୃଙ୍ଖଳିତ କରିବା ପାଇଁ ୩୬ଟି ନିଯୋଗରେ ଅନ୍ତର୍ଭୁକ୍ତ କରାଗଲା। ଛତିଶା ନିଯୋଗ ସଂପର୍କରେ ସ୍ବତ୍ବଲିପିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ସେବାରେ ସର୍ବାଗ୍ରେ ରହିଛନ୍ତି ଆଦ୍ୟ ସେବକ ଗଜପତି ମହାରାଜ। ମହାରାଜ ଗଜପତିଙ୍କୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବୋଲି ବିଶ୍ବାସ କରାଯାଏ। ଏହା ପଛକୁ ପାଟ୍ଟଯୋଶୀ ମହାପାତ୍ର ରହିଛନ୍ତି। ସେ ମହାପ୍ରଭୁଙ୍କ ଅଙ୍ଗଲାଗି ସେବା, ମଙ୍ଗଳ ଆଳତିଠାରୁ ପହୁଡ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରନ୍ତି। ପାଳିଆ ସେବକଙ୍କୁ ଠାକୁରଙ୍କ ନୀତିରେ ଲାଗି କରାଇଥାନ୍ତି। ମନ୍ଦିର ଫିଟାଇବା ଓ ବନ୍ଦ କରିବା ଦାୟିତ୍ବ ଭିତରଚ୍ଛ ମହାପାତ୍ର ନିର୍ବାହ କରିଥାନ୍ତି। ମନ୍ଦିରର ଯଜ୍ଞ ଦାୟିତ୍ବ ମନ୍ଦିର ପୁରୋହିତଙ୍କର। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ ପୂଜାପଣ୍ଡା, ବିଗ୍ରହଙ୍କ ବେଶ କାର୍ଯ୍ୟ ପୁଷ୍ପାଳକ ସେବକମାନେ କରିଥାନ୍ତି। ବଡୁ ସେବକ ପୂଜା ଉପକରଣ ସଂଗ୍ରହ କରିଥାନ୍ତି। ପତି ମହାପାତ୍ର ସେବକ ଦଇତାପତିଙ୍କ ସହିତ ରଥଯାତ୍ରା ଓ ନବକଳେବର କର୍ମ ସଂପାଦନ କରିଥାନ୍ତି। ସେହିଭଳି ଦ୍ବାର ରକ୍ଷା କାର୍ଯ୍ୟ ପ୍ରତିହାରୀ ସେବକମାନେ କରିଥାନ୍ତି। ଭଣ୍ଡାର ରକ୍ଷକ କାମ ମେକାପ କରିଥାନ୍ତି। ଭୋଗ ପ୍ରସ୍ତୁତିରେ ସୁଆର, ଖୁଣ୍ଟିଆ ସେବକ ବିଗ୍ରହ ରକ୍ଷକ କାର୍ଯ୍ୟ କରିଥାନ୍ତି। ମୁଦୁଲି ମନ୍ଦିର ଦ୍ବାର ବନ୍ଦ କରିଥାନ୍ତି। ଦଇତାପତି ସେବକମାନେ ରଥଯାତ୍ରାରେ ସ୍ବତନ୍ତ୍ର ସେବା କରିଥାନ୍ତି। ଏମାନେ ସ୍ନାନପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବହୁ ଗୁରୁଦାୟିତ୍ବ ନିର୍ବାହ କରିଥାନ୍ତି। ଦତ୍ତ ସେବକ ବିଗ୍ରହଙ୍କ ବନକଲାଗି, କରଣ ଦେଉଳ କରଣ ମହାପ୍ରଭୁଙ୍କ ଆୟବ୍ୟୟ ହିସାବ କରିଥାନ୍ତି। ହଡପ ନାୟକ ମହାପ୍ରଭୁଙ୍କ ପାନ ପ୍ରସ୍ତୁତ କରିଥାନ୍ତି। ଘଟୁଆରି ଚନ୍ଦନ ଘୋରିବା ସେବା, ମହାଭୋଇ ମହାପ୍ରଭୁଙ୍କ ସ୍ନାନ ପାଇଁ ଚନ୍ଦନ ପ୍ରସ୍ତୁତି, ପାଣିଆପଟ ଜଳ ଯୋଗାଣିଆ ସେବକ, ବାଜା ବଜାଇବା ପାଇଁ ବଜନ୍ତ୍ରୀ, ଗାୟଣୀ ମଙ୍ଗଳ ଗୀତ, ଗୀତ ଗୋବିନ୍ଦ ସେବକ ଗୀତ ଗୋବିନ୍ଦ ଗାନ କରନ୍ତି। ମହାପ୍ରଭୁଙ୍କ ବିଜେ ସମୟରେ ଛତର ଛତା ଧରନ୍ତି। ମହାପ୍ରଭୁଙ୍କ ବିଜେ ବେଳେ ଚକ୍ରଦହୁଡି ଆଲୋକ ଧାରଣ କରିଥାନ୍ତି। କୁମ୍ଭାର ବିଶୋଇ ମାଟିପାତ୍ର ଯୋଗାଣ, ସୁଆଁସିଆଁ ମଜୁରିଆ କାମ ଏବଂ ଚୁନରା ସେବକ ନୀଳଚକ୍ରରେ ବାନା ବାନ୍ଧିଥାନ୍ତି। ଜ୍ୟୋତିଷ ମନ୍ଦିର କାର୍ଯ୍ୟରେ କାଳ ଗଣନା କରନ୍ତି। ବୈଦ୍ୟ ମହାପ୍ରଭୁଙ୍କ ମହୌଷଧି ଯୋଗାଉଥିବା ସେବକ, ବ୍ୟଞ୍ଜନ ପାଇଁ ପରିବା ସାବୁତ ନିଯୋଗ ପରିବା ଯୋଗାଇଥାନ୍ତି। ବିନ୍ଧାଣୀ କମାର କାମ କରନ୍ତି, ତୀର୍ଥ ମାଟିଆ ମନ୍ଦିର ଭିତରେ କିଏ ମରିଗଲେ ଶୋଧ କରନ୍ତି। ଓଝା ମହାରଣା ବଢେଇ କାମ କରନ୍ତି। ଚାପା ପଲେଇ ନୌକା ଚାଳନା କାମ କରନ୍ତି। ଅଶ୍ବହସ୍ତି ସେବକ, ଘୋଡା ହାତୀ ରକ୍ଷକ, ମହାସେଠୀ ମହାପ୍ରଭୁଙ୍କ ପୋଷାକ ସଫା କାମ କରନ୍ତି। ପାଳିଆ ମାହାର ମନ୍ଦିର ପରିସରକୁ ସଫା ରଖିଥାନ୍ତି। ଅବକାଶ ବେଳେ ଶ୍ରୀଜିଉଙ୍କୁ ଦର୍ପଣ ଦେଖାଇଥାନ୍ତି, ରଥ ସମୟରେ ଠାକୁରଙ୍କୁ ରୁନ୍ଧିବା ଓ ଫିଟାଇବା କାର୍ଯ୍ୟରେ ସହଯୋଗ କରିଥାନ୍ତି।
ମହାପ୍ରଭୁଙ୍କ ସେବାରେ ଗଜପତିରୁ... ମହାଭୋଇ
/sambad/media/post_attachments/wp-content/uploads/2019/06/jaga-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)