ଅସ୍ତରଙ୍ଗ: ଅସ୍ତରଙ୍ଗରେ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଆୟୋଜିତ ହୋଇଛି। ସ୍ୱାମୀଜୀ ପୂର୍ଣ୍ଣାନନ୍ଦ ବିଦ୍ୟାପୀଠ ଓ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ରାମଧୂନ୍ ଗାଇ ବ୍ଲକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସଂଗ୍ରାମୀ ସ୍ମୃତିପୀଠରେ ପହଞ୍ଚି ଥିଲେ| ସମସ୍ତଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା| ସ୍ମୃତିପୀଠରେ ଥିବା ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ| ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ସନ୍ତୋଷ ସେଠୀ ମଞ୍ଚ ପରିଚାଳନା କରିଥିଲେ |
ସେହିପରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବା ଓ ସ୍ମୃତିପୀଠର ଉନ୍ନତି କାମନା କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ପଠାଇଥିବା ବାର୍ତ୍ତାକୁ ଶ୍ରୀ ସେଠୀ ଓ ସ୍ମୃତିକମିଟିର ମୁଖ୍ୟ ସଂଯୋଜକ କାଳିନ୍ଦୀ ଚରଣ ଛାଟୋଇ ପଠନ କରିଥିଲେ | ମୁଖ୍ୟବକ୍ତା ପ୍ରହଲ୍ଲାଦ ସିଂ ଗାନ୍ଧିଜୀ ଓ ଲବଣ ସତ୍ୟାଗ୍ରହ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟଦଙ୍କୁ ସମ୍ବର୍ଦ୍ଧିତ କରିବା ସମେତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା| କାର୍ଯ୍ୟକ୍ରମ ଶେଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ -ଭୁବନେଶ୍ୱର ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା|
ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀ ସ୍ମୃତିକମିଟିର ନିରଦବରଣ ମହାନ୍ତି, କାକଟପୁର ପୂର୍ବତ୍ତନ ବିଧାୟକ ସୁରେନ୍ଦ୍ର ସେଠୀ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ଅସ୍ତରଙ୍ଗ ବ୍ଲକର ଦୁଇଜୋନ୍ ଜିଲ୍ଲାପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ ଓ ବନିତା କାଣ୍ଡି,ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ବିଡିଓ ଡ. ବେବିତାମଞ୍ଜରୀ ନାୟକ,ଅସ୍ତରଙ୍ଗ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯ୍ୟୋୟ ମିଶ୍ର, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ପୂର୍ବତନ ସମିତିସଭ୍ୟ ଦିବାକାର ଛାଟୋଇ, ଲେଖକ ତଥା ସାହିତ୍ୟିକ ଦେଶବନ୍ଧୁ ସ୍ୱାଇଁ,ଶିକ୍ଷାବିତ୍ ଗୋଲକ ଚନ୍ଦ୍ର ମହାନ୍ତି,ରବୀନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ|ଏଥିସହ ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସସୁନ୍ଦର କରିଥିଲେ | ସ୍ଥାନୀୟ ସ୍ମୃତିକମିଟିର ତରୁଣ କୁମାର ନାୟକ, ସତ୍ୟବ୍ରତ ଲେଙ୍କା, ପବିତ୍ର ସ୍ୱାଇଁ ସମେତ କୁହୁଡି ସ୍ଥିତ ଗାନ୍ଧି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ |