ପୁରୀ: ବଜ୍ରପାତରେ ଜଳିଗଳା ୨ ବଖରା ଘର

ଡେଲାଙ୍ଗ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ଗ୍ରାମପଞ୍ଚାୟତ ଖଣ୍ଡିମଙ୍ଗଳପୁର ଗାଁରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଦେଖାଯାଇଛି। ଘର ପାଖ ନଡିଆ ଗଛକୁ ବିଜୁଳି ଘଡଘଡି ମାରିବାରୁ ପରେ ଦୁଇ ବଖରା ଘର ପୋଡି ଧ୍ୱଂସ ଯାଇଛି। ସୂଚନା ଅନୁସାରେ ବଜ୍ରପାତ ଯୋଗୁଁ ରଘୁନାଥ ପ୍ରଧାନଙ୍କ ଦୁଇ ବଖରା ପୋଡି ଧ୍ୱଂସ ଯାଇଛି। ପିପିଲିରୁ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କଲାବେଳକୁ ଘରର ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର