ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ପୁଣି ଥରେ ଲୁଟେରା ମାତିଛନ୍ତି। ଗତ କିଛି ଦିନ ହେଲା ୫ରୁ ଅଧିକ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ ହୋଇଥିବା ବେଳେ ବିଳମ୍ବିତ ରାତିରେ ବ୍ରହ୍ମଗିରି ଥାନା କୋଠସାହି ଗାଁରେ ଥିବା ମୁକ୍ତେଶ୍ୱର ଦେବଙ୍କ ମନ୍ଦିରରେ ଥିବା ହୁଣ୍ଡି ଭାଙ୍ଗି ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଲୁଟ ହୋଇଥିବା ହୁଣ୍ଡି ବାକ୍ସଟି ଗାଁ ନିକଟ ଶ୍ମଶାନ ପାଖରେ ପଡ଼ିଥିବା ବେଳେ ପୁଲିସ ଏହାକୁ ଜବତ କରିଛି।
ସକାଳୁ ପୂଜକ ପୂଜା ପାଇଁ ମନ୍ଦରିକୁ ଆସି ଦେଖିବା ବେଳକୁ ହୁଣ୍ଡି ନ ଥିବା ଜାଣିବାକୁ ପାଇବା ପରେ ଲୋକଙ୍କୁ ଖବର ଦେଇଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ଲୁଟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖାଲି ହୁଣ୍ଡି ବାକ୍ସକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବ୍ରହ୍ମଗିରି ଥାନା ଆଇଆଇସି ପରେଶ କୁମାର ମହାନ୍ତି କହିଛନ୍ତି।
ପୁଣି ମାତିଲେ ଲୁଟେରା, ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟିଲେ
/sambad/media/post_attachments/wp-content/uploads/2023/10/70b40e12-3911-4819-adb1-cae35b2aff09.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)