ଚିଙ୍ଗୁଡ଼ି ଫାର୍ମରେ ଡକାୟତି: ଗୁଳି ଫୁଟାଇ ୧୫ ଲକ୍ଷ ଲୁଟ୍‌

ବ୍ରହ୍ମଗିରି/କୃଷ୍ଣପ୍ରସାଦ : କୃଷ୍ଣପ୍ରସାଦ ଥାନା ମାଲୁଦ ଫାଣ୍ଡି ଅର୍ନ୍ତଗତ ନବା ନିକଟରେ ଥିବା ଦୁଇଟି ଚିଙ୍ଗୁଡ଼ି ହାଚେରିରେ ଡକାୟତି ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ବେଳକୁ କୃଷ୍ଣପ୍ରସାଦ ଥାନା ନବା ନିକଟରେ ଥିବା ଜେବିଏସ ଆକ୍ୱାଟିସ୍‌ ଓ ବିଶ୍ୱାଳ ଆକ୍ୱା ଫାର୍ମରେ ୪ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ପଶିଥିଲେ। ଫାର୍ମରେ ଥିବା କର୍ମଚାରୀମାନଙ୍କୁ ବନ୍ଧୁକ ଓ ଅନ୍ୟ ମାରାଣାସ୍ତ୍ର ଦେଖାଇ ଗୋଟିଏ ଘରେ ପୂରାଇ ଦେଇଥିଲେ। ଏହା ପରେ ଫାର୍ମରେ ଥିବା ମ୍ୟାନେଜରଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ଏକ ଲୁହା ରଡ୍‌ରେ ଆଲମାରିକୁ ଭାଙ୍ଗି ସେଥିରେ ଥିବା ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରି ନେଇଥିଲେ। ଏହା ସହିତ ଯିବାବେଳେ ୩ ରାଉଣ୍ଡ୍‌ ଫାଙ୍କା ଗୁଳି ଚଳାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ଜେବିଏସ୍‌ ଫାର୍ମର ମ୍ୟାନେଜର ଅଶୋକ ପଲାଇ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ବିଶ୍ୱାଳ ଆକ୍ୱା ଫାର୍ମର ମାଲିକ ବାଲୁଙ୍କେଶ୍ୱର ବିଶ୍ୱାଳ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଆଜି ମଧ୍ୟ ଦିନ ତମାମ ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର