ଅନ୍ତଃଜିଲ୍ଲା ଲୁଟେରା ବୁଢ଼ା ଗିରଫ

ପୁରୀ : ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଖଲିକୋଟ ଆଦି ଅଞ୍ଚଳରେ ପ୍ରାୟ ୨୭ଟି ଲୁଟ୍‍ ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବୁଢ଼ା ଓରଫ ଇନ୍ଦ୍ରଜିତ ଦାସ(୨୫)କୁ ଆଜି ପୁରୀ ପୁଲିସ ଧରିବାରେ ସକ୍ଷମ ହୋଇଛି। ଏହି ଲୁଟେରା ନିକଟରୁ ପୁଲିସ ଦୁଇଟି ବାଇକ, ୫ଟି ମୋବାଇଲ, ଚାରୋଟି ସୁନା ଚେନ୍‍, ଗୋଟିଏ ହାର, ୫ଟି ମୋବାଇଲ ସିମ୍‍, ଗୋଟିଏ ମାଉଜର, ୪ଟି ଅଫୁଟା ଗୁଳି, ଗୋଟିଏ ହଳ କଳା ଡ୍ରେସ୍‍ ଓ କଳା ବୁଟ୍‍ ଆଦି ଜବତ କରିଛି। ତେବେ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆର ବୁଢ଼ା ପୁଲିସକୁ ଚକମା ଦେଖାଇ ଖସିଯାଉଥିଲା। ତାକୁ ଧରିବା ପାଇଁ ତିନି ଜଣ ଅଫିସର ଦୀର୍ଘ କୋଡ଼ିଏ ଦିନ ଧରି ବାହାର ଜିଲ୍ଲାରେ ବୁଲି ବୁଲି ବୁଢ଼ାକୁ ଶେଷରେ ବାଣପୁର ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଧରିବାରେ ସକ୍ଷମ ହୋଇଛି। ସେହିପରି ବୁଢ଼ା ନିକଟରୁ ଲୁଟ୍‍ ସାମଗ୍ରୀ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର