ପୁରୀ: ଶ୍ରୀକ୍ଷେତ୍ରର ଦୋଳମଣ୍ଡପ ସାହିର ମଧ୍ୟ ଭାଗରେ ପୂଜା ମଣ୍ଡପରେ ବିରାଜମାନ କରିବେ ପରମ ବୈଷ୍ଣବୀ ମା’ ଜହ୍ନିଖାଇ ଠାକୁରାଣୀ। ବୃହତାକାର ମୂର୍ତ୍ତି ଯୋଗୁଁ ମା’ଙ୍କୁ ଦେଖିବା ପାଇଁ ଭକ୍ତଙ୍କର ବିପୁଳ ସମାଗମ ହୋଇଥାଏ। ଏଥର ମଧ୍ୟ ଏଠାରେ ମା’ଙ୍କ ବିଶାଳ ପ୍ରତିମା ପାଇଁ ଶ୍ରଦ୍ଧଶଳୁଙ୍କ ଆଗମନ ହେଉଛି। ମହାମାୟୀ ମା’ ଭୁବନେଶ୍ବରୀ ନାମରେ ମଧ୍ୟ ନାମିତ। ଏଠାରେ ଷଠି ଓଷାଠାରୁ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରାଯାଏ ଏବଂ ଷଷ୍ଠୀରେ ଶେଷ ହୋଇଥାଏ। ମା ମହିଷା ମର୍ଦିନୀ ଏଠାରେ ପୂଜା ପାଉଥିବା ବ‌େଳେ ମା’ଙ୍କ ନିକଟରେ ଅନ୍ନଭୋଗ ହୁଏ ନାହିଁ। ବରଂ ଶିତଳ ପ୍ରସାଦ ମା’ଙ୍କୁ ଅର୍ପଣ କରାଯାଏ। ମା’ଙ୍କ ନିକଟରେ ପୁରୀ, ବୁନ୍ଦିଆ, ଖଜା, ଚୁଡ଼ା ଖଇ, ମହନ‌ ‌ଭୋଗ ଓ ସୋଲା ଆଦି ପୂଜା କରାଯାଏ। ମା’ ଏକାଦଶୀରେ ବିସର୍ଜନ ପାଇଁ ଯାଆନ୍ତି। ପୂର୍ବରୁ ମା’ଙ୍କୁ ପୂଜା କମିଟିର କର୍ମକର୍ତାମାନେ କାନ୍ଧେଇ ସିଂହଦ୍ବାର ସମ୍ମୁଖ ଗୋସାଣୀ ଯାତକୁ ନେଉଥିଲେ ହେଁ କାଳକ୍ରମେ ଗାଡ଼ି ସାହାଯ୍ୟରେ ମା’ଙ୍କୁ ଗୋସାଣୀ ମେଳଣକୁ ନିଆଯାଉଛି।

Advertisment

ମା ମହିଷା ମର୍ଦିନୀ ଏଠାରେ ପୂଜା ପାଉଥିବା ବ‌େଳେ ମା’ଙ୍କ ନିକଟରେ ଅନ୍ନଭୋଗ ହୁଏ ନାହିଁ। ବରଂ ଶିତଳ ପ୍ରସାଦ ମା’ଙ୍କୁ ଅର୍ପଣ କରାଯାଏ। ମା’ଙ୍କ ନିକଟରେ ପୁରୀ, ବୁନ୍ଦିଆ, ଖଜା, ଚୁଡ଼ା ଖଇ, ମହନ‌ ‌ଭୋଗ ଓ ସୋଲା ଆଦି ପୂଜା କରାଯାଏ। ମା’ ଏକାଦଶୀରେ ବିସର୍ଜନ ପାଇଁ ଯାଆନ୍ତି।

ସର୍ବତ୍ର ମହିଷାମର୍ଦ୍ଦିନୀ ଦୁର୍ଗା ଦେବୀ ରୂପେ ପୂଜା ପାଉଥିବା ବ‌େ‌ଳେ ଶ୍ରୀକ୍ଷେତ୍ରରେ ବୃହତାକାୟ ବିଗ୍ରହ ଗୋସାଣୀ ଭାବେ ପୂଜା ପାଇ ଆସୁଛନ୍ତି। ମା’କାକୁଡ଼ିଖାଇ, ଜହ୍ନିମୁଣ୍ଡିଆ ଜହ୍ନିଖାଇ, ବାଲିସାହି ଜହ୍ନିଖାଇ, ମା’ ଶୂନ୍ୟଗୋସାଣୀ, ବନଦୁର୍ଗା, ଶିତଳା, ପଣାପ୍ରିୟା, ହରଚଣ୍ଡୀ, ତ୍ରିପୂରା ସୁନ୍ଦରୀ, ଚକ୍ରକୂଟ, ଗେଲବାଈ, ହାଡ଼ବାଈ, ମହନ୍ତେଶ୍ବରୀ, ବେଲବାଈ, ଭୋଗଯାଗା, ଶଙ୍ଖେଶ୍ବରୀ ଦେବୀ ରୂପରେ ପୂଜା ପାଇବେ। ଶ୍ରୀକ୍ଷେତ୍ରରେ ୨୬ଟି ସ୍ଥାନରେ ଦେବୀଙ୍କୁ ପୂଜା କରାଯାଉଥିବା ବ‌େଳେ ବାଲିସାହି, ହରଚଣ୍ଡୀ ସାହି ସମେତ ବିଭିନ୍ନ ସ୍ଥାନରେ ନାଗା ପୂଜନର ବିଧି ପ୍ରଚଳିତ ହୋଇ ଆସୁଛି।  

puri | Durga Puja