ମା’ ମଙ୍ଗଳା ଲୋକ ମହୋତ୍ସବ ଉଦ୍‌ଯାପିତ

ଝଙ୍କାର ଟେଲିଭିଜନ୍‌ ଓ ସିନେ ଆଓ୍ଵାର୍ଡ ପ୍ରଦାନ

ଭୁବନେଶ୍ୱର/ପୁରୀ: ପୁରୀର ମୁକ୍ତାକାଶ ରଙ୍ଗମଞ୍ଚଠାରେ ପଞ୍ଚମ କାକଟପୁର ମା’ ମଙ୍ଗଳା ଲୋକ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଗତ ୨୯ ଓ ୩୦ରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବା, ଶିକ୍ଷା, ଉଦ୍ୟୋଗ ବିକାଶ ଆଦି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ପଞ୍ଚମ କାକଟପୁର ମା’ ମଙ୍ଗଳା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଧାରାବାହିକ କ୍ଷେତ୍ରରେ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀମାନଙ୍କୁ ‘ପଞ୍ଚମ ଝଙ୍କାର ଟେଲିଭିଜନ୍‌ ଓ ସିନେ ପୁରସ୍କାର’ ପ୍ରଦାନ କରାଯାଇଥିଲା।

ଉତ୍ସବର ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ପୁରୀ ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗ ଦେଇଥିଲେ।

ସମାଜସେବା କ୍ଷେତ୍ରରେ ମହେନ୍ଦ୍ର କୁମାର ଗୁପ୍ତା, ଉପାସନା ମିଶ୍ର, ଦୁଃଶାସନ ସାମନ୍ତରାୟ, ସଞ୍ଜୟ ଷଡ଼ଙ୍ଗୀ, ଅନୀଲ ଦାସ, ମାନସ ରଂଜନ ପଟ୍ଟନାୟକ, ଦେବେନ୍ଦ୍ର ଶତପଥୀ, ସୁନୀଲ ଦାଶଙ୍କୁ ସମ୍ମାନିତ କରାଯାଇଥିବାବେଳେ ଜ୍ୟୋତିଷ ଶସ୍ତ୍ର କ୍ଷେତ୍ରରେ ପଣ୍ଡିତ ସଚ୍ଚିଦାନନ୍ଦ ମହାପାତ୍ର, ସଂସ୍କୃତି କ୍ଷେତ୍ରରେ ଭାଗ୍ୟଲିପି ମଲ୍ଲ, ସାମ୍ବାଦିକତାରେ ଗୋପୀନାଥ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷା ଏବଂ ଉଦ୍ୟୋଗ କ୍ଷେତ୍ରରେ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।
ଚଳଚ୍ଚିତ୍ର ଓ ଧାରାବାହିକ ଜଗତରେ ପାଦର୍ଶିତା ହାସଲ କ୍ଷେତ୍ରରେ ପଞ୍ଚମ ଝଙ୍କାର ଟେଲିଭିଜନ୍‌ ଓ ସିନେ ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅକ୍ଷୟ ପରିଜା, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ମିହିର ସ୍ୱାଇଁ, ଜଗଜିତ ପାଲ, ମିତାଲି ସରଘରିଆ, ଦେବସ୍ମିତା ପଣ୍ଡା, ବିରଞ୍ଚି ନାୟକ, ନୀତୁ ସିଂ, ମୃତ୍ୟୁଞ୍ଜୟ କର, ଲୋପାମୁଦ୍ରା ରାଉତ, ଦୀପ୍ତିରେଖା ପାଢ଼ୀ, ଅନୁ ଚୌଧୁରୀ, ବିଦୁସ୍ମିତା ଦାସମନ୍ତ୍ରୀ, ମହାପ୍ରସାଦ କର , ସୁଶ୍ରୀ ସଂଗୀତା ମହାପାତ୍ର, ଅଞ୍ଜନା ଦାଶ, ସୁମନ୍ତ ନାୟକ, ଧର୍ମାନନ୍ଦ ମହାକୁଡ଼, ତାରିଖ ଅଜିତ, ଆଞ୍ଜେଲିନା ଭୋଳ, ସ୍ୱରାଜ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟରେ ସଂସ୍କୃତି, ସମାଜସେବା ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ କ୍ଷେତ୍ରରେ ଏହା ଏକ ଉଦ୍ୟମ ବୋଲି ଝଙ୍କାରର ମୁଖ୍ୟ ସୁନୀଲ ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର