ପୁରୀ: ଇଟାରେ ଛେଚି ମଧ୍ୟ-ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କଲେ ଅଜ୍ଞାତ ଦୁର୍ବୃତ୍ତ

ପୁରୀ: ଗୁରୁବାର ରାତିରେ ଟାଉନ୍‌ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିର ଖୁଣ୍ଟିଆ ବଗିଚା ଗଳିମୁଣ୍ଡରେ ଜଣେ ମଧ୍ୟ-ବୟସ୍କ ବ୍ୟକ୍ତିଙ୍କୁ କୌଣସି ଦୃର୍ବୃତ୍ତ ଇଟାରେ ଛେଚି ହତ୍ୟା କରିଛି।

ମୃତ ବ୍ୟକ୍ତି ହେଉଛନ୍ତି ଉମାଶଙ୍କର ଆଚାର୍ଯ୍ୟ। ୫୫ ବର୍ଷିୟ ଉମାଶଙ୍କରଙ୍କ ଘର ଚୁଡ଼ଙ୍ଗସାହିରେ। ପାରିବାରିକ ବିବାଦ ଯୋଗୁଁ ସେ ଘରେ ନ ରହି ଖୁଣ୍ଟିଆଗଳିରେ ଥିବା ଗୋଟାଏ କ୍ୟାବିନ୍‌ରେ ରହୁଥିଲେ।

କିଏ କେଉଁ କାରଣରୁ ତାଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନାହିଁ। ତଥାପି ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଉମାଶଙ୍କରଙ୍କର ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର